27.1 C
Bhubaneswar
Tuesday, May 7, 2024
Homebuisnessଷ୍ଟେଟ ବ୍ୟାଙ୍କର ଫିକ୍ସଡ ଡିପୋଜିଟରେ ମିଳିବ ଅଧିକ ସୁଧ: ରେପୋ ରେଟ ବୃଦ୍ଧି ପରେ ନିଷ୍ପତ୍ତି

ଷ୍ଟେଟ ବ୍ୟାଙ୍କର ଫିକ୍ସଡ ଡିପୋଜିଟରେ ମିଳିବ ଅଧିକ ସୁଧ: ରେପୋ ରେଟ ବୃଦ୍ଧି ପରେ ନିଷ୍ପତ୍ତି

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ରେପୋ ରେଟରେ ବୃଦ୍ଧି ପାଇବା ପରେ ଏବେ ଷ୍ଟେଟ ବ୍ୟାଙ୍କରେ ମଧ୍ୟ ବୃଦ୍ଧି ପାଇଛି ସୁଧ ହାର । ରେପୋ ରେଟ ବୃଦ୍ଧି ପରେ ଋଣ ଉପରେ ସୁଧ ହାର ବଢାଇବା ସହ ବ୍ୟାଙ୍କ ଜମା ଉପରେ ସୁଧ ହାର ମଧ୍ୟ ବୃଦ୍ଧି ପାଇଛି । ଏସବିଆଇ ନିଜର ଫିକ୍ସଡ ଡିପୋଜିଟ ହାରକୁ ୨୫ ବେସିସ ପଏଣ୍ଟ (୦.୨୫ ପ୍ରତିଶତ) ବୃଦ୍ଧି କରିବାକୁ ସ୍ଥିର କରିଛି ।

୨ କୋଟି ଟଙ୍କା ପର୍ଯ୍ୟନ୍ତ ଫିକ୍ସଡ ଡିପୋଜିଟ ଉପରେ ଏହି ସୁଧ ହାର ବୃଦ୍ଧି କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଆଜିଠାରୁ ଏଫଡି ଉପରେ ଏହି ନୂଆ ଏବଂ ସଂଶୋଧିତ ନିୟମ ଲାଗୁ ହୋଇଥିବା ନେଇ ସୂଚନା ଦେଇଛି ଏସବିଆଇର ୱେବସାଇଟ । ଏହାପରେ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ୬.୮୦ ପ୍ରତିଶତ ସୁଧ ପ୍ରଦାନ କରିବ ଷ୍ଟେଟ ବ୍ୟାଙ୍କ । ସେହିପରି ୨ ବର୍ଷରୁ ଅଧିକ ଏବଂ ୩ ବର୍ଷରୁ କମ୍ ସ୍ଥାୟୀ ଜମା ଉପରେ ୭ ପ୍ରତିଶତ ସୁଧ ଦେବ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ।

ପ୍ରକାଶ ଥାଉ କି, ଗତ ଫେବୃଆରୀ ୮ ତାରିଖରେ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ରେପୋ ରେଟରେ କ୍ରମାଗତ ଭାବେ ଏହା ଷଷ୍ଠ ଥର ପାଇଁ ବୃଦ୍ଧି ଦେଖିବାକୁ ମିଳିଛି । ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ମୁଦ୍ରାସ୍ଫିତୀର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖିବାକୁ ମିଳିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଋଚ୍ଚର ସୁଧ ହାର ବୃଦ୍ଧି କରିବା ଜରୁରୀ । ମୁଦ୍ରାନୀତି ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking