36.1 C
Bhubaneswar
Sunday, May 19, 2024
Homeଓଡିଶାନିଆଁରେ ପୋଡିଗଲା ୩୦ ବଖରା ଘର; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ନିଆଁରେ ପୋଡିଗଲା ୩୦ ବଖରା ଘର; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

କାମାକ୍ଷାନଗର: ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁର ଧାସରେ ଜଳିଯାଇଛି ୩୦ ବଖରା ଘର । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଏବଂ ପରଜଙ୍ଗର ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି । ତେବେ ଏଥିରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ପଥରଖମ୍ବ ଗ୍ରାମର ଶରତ ନାଏକଙ୍କ ଘରେ କୌଣସି କାରଣରୁ ପ୍ରଥମେ ନିଆଁ ଲାଗିଥିଲା । ଏଥିରେ ଏକ ଗ୍ୟାସ ଟାଙ୍କି ଫାଟିଯିବାରୁ ନିଆଁ ଚାରିଆଡେ ବ୍ୟାପି ସାହିର ସମସ୍ତ ଘରେ ଲାଗି ଯାଇଥିଲା । ତେବେ ଏହି ନିଆଁର କବଳରୁ କେବଳ କିଛି ପିନ୍ଧା ବସ୍ତ୍ର ଛଡା ଅନ୍ୟ କିଛି ଉଦ୍ଧାର କରାଯିବା ସମ୍ଭବ ହୋଇନାହିଁ । ଧାନ, ଚାଉଳ, ଟଙ୍କା ସହ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking