35.1 C
Bhubaneswar
Sunday, May 19, 2024
Homeଅପରାଧପ୍ରେମରେ ପୁଣି ବଳି ପଡିଲା ଲିଭ୍-ଇନ ପାର୍ଟନର; ପ୍ରେମିକାକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା...

ପ୍ରେମରେ ପୁଣି ବଳି ପଡିଲା ଲିଭ୍-ଇନ ପାର୍ଟନର; ପ୍ରେମିକାକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ

ମୁମ୍ବାଇ: ପ୍ରେମରେ ପୁଣି ବଳି ପଡିଲା ଲିଭ୍-ଇନ ପାର୍ଟନର । ପ୍ରେମିକାକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ । ଦୁର୍ଗନ୍ଧ ବାହାରିବା ପରେ ପଡୋଶୀଙ୍କ ଠାରୁ ସୂଚନା ପାଇ ଗଦିରୁ ମୃତଦେହ ଉଦ୍ଧାର କଲା ପୋଲିସ । ଦିଲ୍ଲୀ ହରିଦାସ ନଗର ଥାନା ଅଞ୍ଚଳରେ ପ୍ରେମିକାକୁ ମାରି ଫ୍ରିଜରେ ଲୁଚାଇବା ଘଟଣା ଚାରିଆଡେ ଚହଳ ପକାଇଥିବା ବେଳେ ଏବେ ମହାରାଷ୍ଟ୍ର ପାଲଘର ଜିଲ୍ଲାରୁ ଏହିଭଳି ଆଉ ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ମେଘା ନାମକ ଯୁବତୀ ପାଲଘର ଜିଲ୍ଲା ବିଜୟ ନଗର ଅଞ୍ଚଳର ଏକ ଫ୍ଲାଟରେ ନିଜ ବୟଫ୍ରେଣ୍ଡ ସହ ଲିଭ୍-ଇନ ସମ୍ପର୍କରେ ରହୁଥିଲେ । ମେଘାଙ୍କ ପ୍ରେମିକ କୌଣସି ଚାକିରି କରୁନଥିଲେ ।

ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଏଥିରେ ଉତ୍ୟକ୍ତ ହୋଇ ଯୁବକ ଜଣକ ନିଜ ପ୍ରେମିକାକୁ ହତ୍ୟା କରିଥିଲା । ଏହାପରେ ଗଦି ଭିତରେ ମୃତଦେହ ଲୁଚାଇ ଫ୍ଲାଟର ସମସ୍ତ ଆସବାବପତ୍ର ବିକ୍ରି କରି ଫେରାର ହୋଇଯାଇଥିଲା । କିଛି ଦିନ ହେଲା ଏହି ପ୍ରେମୀଯୁଗଳ ରହୁଥିବା ଫ୍ଲାଟରୁ ଖୁବ୍ ଦୁର୍ଗନ୍ଧ ବାହାରିଥିଲା । ଏ ସମ୍ପର୍କରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଫ୍ଲାଟରେ ଖୋଜାଖୋଜି ପରେ ଗୋଟିଏ ଗଦି ଭିତରୁ ଯୁବତୀଙ୍କ ମୃତଦେହ ଠାବ କରିଛି ପୋଲିସ । ତେବେ ସପ୍ତାହେ ତଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି । ଏହି ଘଟଣାର ଖୋଳତାଡ କରି ପୋଲିସ ମୃତ ମେଘାଙ୍କ ପୁରୁଷ ବନ୍ଧୁଙ୍କ ଠିକଣା ପାଇଥିଲା । ଅଭିଯୁକ୍ତ ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗତକାଲି ତୁଲିଞ୍ଜ ଥାନା ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking