32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟର ୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ରାଜ୍ୟର ୩ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: କିଛି ଦିନର ତାତିରୁ ଆଶ୍ବସ୍ତି ମିଳିବା ପରେ ଆଜି ପୁଣି ବଢ଼ିଲା ପାରଦ । ତାତି ବଢ଼ିବା ସହ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୬.୧ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୪, କଟକରେ ୩୬.୨, ପାରାଦୀପରେ ୩୨.୯, ଭୁବନେଶ୍ବରରେ ୩୭.୪, ଗୋପାଳପୁରରେ ୩୩.୬, ପୁରୀରେ ୩୪.୨, ଅନୁଗୁଳରେ ୩୯.୧, ବାରିପଦାରେ ୩୭.୫, ଝାରସୁଗୁଡ଼ାରେ ୩୭.୮, କେନ୍ଦୁଝରରେ ୩୫, ସମ୍ବଲପୁରରେ ୩୯.୨, ସୁନ୍ଦରଗଡ଼ରେ ୩୯, ହୀରାକୁଦରେ ୩୮.୩, ତାଳଚେରରେ ୩୮.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୮.୮, କୋରାପୁଟରେ ୩୩, ଫୁଲବାଣୀରେ ୩୮.୫, ଟିଟିଲାଗଡ଼ରେ ୪୦.୨, ମାଲକାନଗିରିରେ ୩୯.୫, ଦାରିଙ୍ଗବାଡିରେ ୩୨, ନୟାଗଡ଼ରେ ୩୭.୫, ବୌଦ୍ଧରେ ୪୦.୫, ଛତ୍ରପୁରରେ ୩୩.୪, ପାରଳାଖେମୁଣ୍ଡିରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking