30.1 C
Bhubaneswar
Saturday, April 27, 2024
Homeଖେଳଆଇଏସ୍‌ଏଲ୍‌-୭ : ହାଇଦ୍ରବାଦା-ଜାମସେଦପୁର ମ୍ୟାଚ୍ ଡ୍ର

ଆଇଏସ୍‌ଏଲ୍‌-୭ : ହାଇଦ୍ରବାଦା-ଜାମସେଦପୁର ମ୍ୟାଚ୍ ଡ୍ର

ଗୋଆ : ଭାସ୍କୋର ତିଲକ ମୈଦାନରେ ବୁଧବାର ଆଇଏସ୍‌ଏଲ୍‌-୭ର ହାଇଦ୍ରାବାଦ ଏଫ୍‌ସି ଏବଂ ଜାମସେଦପୁର ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲ୍‌ରେ ଡ୍ର ହୋଇଛି । ୮୫ତମ ମିନିଟ୍‌ରେ ଷ୍ଟିଫେନ୍ ଏଜେଙ୍କ ଗୋଲ୍ ବଳରେ ଜାମସେଦପୁର ଏଫ୍‌ସି ମ୍ୟାଚ୍ ଡ୍ର କରିବା ସହ ଗୋଟିଏ ପଏଣ୍ଟ ହାସଲ କରିଥିଲା । ମ୍ୟାଚ୍‌ର ୫୫ତମ ମିନିଟ୍‌ରେ କ୍ୟାପ୍‌ଟେନ୍ ଆରିଡାନେ ସାନ୍ତାନା ଗୋଲ୍ କରି ହାଇଦ୍ରାବାଦକୁ ୧-୦ରେ ଅଗ୍ରଣୀ କରିଥିଲେ । ଏହା ଲିଗ୍‌ରେ ସାନ୍ତାନାଙ୍କ ଦ୍ୱିତୀୟ ଗୋଲ୍ ଥିବାବେଳେ ହାଇଦ୍ରାବାଦ୍ ଏଫ୍‌ସି ବର୍ତ୍ତମାନ ସୁଦ୍ଧା ଅପରାଜିତ ରହିଛି । ମ୍ୟାଚ୍ ଆରମ୍ଭର ୫ ମିନିଟ୍ ମଧ୍ୟରେ ହାଇଦ୍ରାବାଦ ଆକ୍ରମଣ ଆରମ୍ଭ କରିଦେଇଥିଲା । ତେବେ ପ୍ରଥମ କ୍ୱାର୍ଟର୍‌ରେ ଜାମସେଦପୁର ପ୍ରଭାବ ବିସ୍ତାର କରିଥିଲା । ୧୨ଶ ମିନିଟ୍‌ରେ ଯୁବ ଲିଷ୍ଟନ୍‌ଙ୍କ ପାଇଁ ଗୋଲ୍ ସୁଯୋଗ ଆସିଥିଲେ ମଧ୍ୟ ତାଙ୍କ ଶଟ୍ ଗୋଲ୍‌ପୋଷ୍ଟ ବାହାରକୁ ଚାଲିଯାଇଥିଲା ।

ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବାପରେ ୫୫ତମ ମିନିଟ୍‌ରେ କ୍ୟାପ୍‌ଟେନ୍ ସାନ୍ତାନା ଏକ ରିବାଉଣ୍ଡ୍ ବଲ୍‌କୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ହାଇଦ୍ରାବାଦକୁ ଅଗ୍ରଣୀ କରିଥିଲେ । ଖେଳ ଶେଷ ହେବାର ୨୦ ମିନିଟ୍ ପୂର୍ବରୁ ଜାମସେଦପୁର ଏକ ଗୋଲ୍ କରିଥିଲେ ମଧ୍ୟ ରେଫରିଙ୍କ ଦ୍ୱାରା ସ୍ୱୀକାର ହୋଇନଥିଲା । ଶେଷରେ ୮୫ତମ ମିନିଟ୍‌ରେ ସେମାନଙ୍କ ଉଦ୍ୟମ ସଫଳ ହୋଇଥିଲା । ନେରିଜୁସ୍ ଭାଲସ୍କିସ୍‌ଙ୍କଠାରୁ ପାଇଥିବା ଏକ ପାସ୍‌କୁ ଚିଙ୍ଗଲୋସାନା ସିଂହ ୱିଲିୟମ୍ ଲାଲନୁନ୍‌ଫେଲାଙ୍କୁ କ୍ଲିୟର୍ କରିଦେଇଥିଲେ ଏବଂ ସେ ତାକୁ ଏଜେଙ୍କ ପାଖକୁ ପଠାଇ ଦେଇଥିଲେ । ଏଜେ କୌଣସି ତ୍ରୁଟି ନକରି ତାଙ୍କ ଶକ୍ତିଶାଳୀ ଶଟ୍ ମାଧ୍ୟମରେ ବଲ୍‌କୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ । ଏହି ମ୍ୟାଚ୍ ପରେ ହାଇଦ୍ରାବାଦ ଏଫ୍‌ସି ୫ ପଏଣ୍ଟ ସହ ପଏଣ୍ଟ ଟେବଲର ୪ର୍ଥ ସ୍ଥାନରେ ଥିବାବେଳେ ଜାମସେଦପୁର ଏଫ୍‌ସି ୨ ପଏଣ୍ଟ ସହ ୮ମରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking