38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିପତ୍ତି ବେଳର ପ୍ରକୃତ ବନ୍ଧୁ

ବିପତ୍ତି ବେଳର ପ୍ରକୃତ ବନ୍ଧୁ

ଯାଜପୁର: ଯାଜପୁର ଜିଲ୍ଲାରେ ବିପତ୍ତି ବେଳର ପ୍ରକୃତ ବନ୍ଧୁ ସାଜିଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମେ ବିପଦରେ ସାଥି । ଲଗାତର ତିନି ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଇ ମାନବିକତା ଦେଖାଇଛି ଏହି ଅନୁଷ୍ଠାନ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖରସ୍ରୋତା , ବ୍ରାହ୍ମଣୀ , ବୈତରଣୀ ଓ ଶାଖା ବୁଢ଼ା ନଦୀରେ ଜଳସ୍ତର ବୃଦ୍ଧି ପାଇ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟାରେ ବିଭିନ୍ନ ଅଞ୍ଚଳର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଆଜି ଆମେ ବିପଦରେ ସାଥି ତରଫରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଯାଜପୁର ଜିଲ୍ଲାର ମାଳଆନନ୍ଦପୁର , ଗୋଳେଇପୁର ଓ ତଣ୍ଡରା , ପାଣିକୋଇଲି ଆଦି ପଞ୍ଚାୟତର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ସହିତ ପାଣି ଘେରରେ ଫସି ରହିଥିବା କିଛି ଲୋକଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking