29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଟିକରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

ଟିକରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଟିକରୀ କଲାଁ ପିଭିସି ମାର୍କେଟରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଖୋଲା ସ୍ଥାନରେ ନିର୍ମିତ ଏକ ଗୋଦାମରେ ନିଆଁ ଲାଗିଛି। ସୂଚନା ମିଳିବା ପରେ ଦମକଳ ବାହିନୀର ୪୦ଟି ଗାଡ଼ି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଜଣାଯାଇଛି। ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ କହିଛନ୍ତି ଯେ, ଟିକରୀ ପିଭିସି ବଜାରରେ ନିଆଁ ଲାଗିଥିଲା। ଏକ ବଡ଼ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ପରେ ଦମକଳ ବାହିନୀଙ୍କୁ ଏବାବଦରେ ସୂଚନା ମିଳିବା ପରେ ୪୦ଟି ଗାଡ଼ି ଆସି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲେ। ନିଆଁ ଲିଭା କାମରେ ମୋଟ ୨୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ। ନିଆଁ ଲାଗିବା ସମୟରେ ପବନ ପ୍ରବାହିତ ହେଉଥିବାରୁ ନିୟନ୍ତ୍ରଣ କରିବାରେ ଅଧିକ ସମୟ ଲାଗିଥିଲା। ନିଆଁ ଲାଗିବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ। କାରଣ ଗତବର୍ଷ ଦିଲ୍ଲୀର ଏକ ପରିବା ମଣ୍ଡିରେ ନିଆଁ ଲାଗି ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking