30.1 C
Bhubaneswar
Friday, April 26, 2024
Homeଓଡିଶାବିଧାନସଭା ଉପନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ବିଧାନସଭା ଉପନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର:କୋଭିଡ ସମୟରେ ବିଧାନସଭା ଉପନିର୍ବାଚନ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଏସ କେ ଲୋହାନୀ । ସେ କହିଛନ୍ତି ଯେ, ‘ଆମେ କୋଭିଡ୍ ସେଫ୍ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କ ସହ ଆଉ ୨ ଜଣ ରହିବେ । ନାମାଙ୍କନ ଦାଖଲ ବେଳେ ୨ଟି ଗାଡ଼ି ବ୍ୟବହାର କରିପାରିବେ । ବଡ଼ ହଲରେ ସାମାଜିକ ଦୂରତା ରକ୍ଷା କରି ହେବ ନାମାଙ୍କନ । ନିର୍ବାଚନ ପ୍ରଚାର ବେଳେ କୋଭିଡ ନିୟମ ପାଳନ କରାଯିବ । ’

ଏହା ସହ ସେ କହିଛନ୍ତି ଯେ,’ଘରକୁ ଘର କ୍ୟାମ୍ପେନ ବେଳେ ସର୍ବାଧିକ ୫ ଜଣ ରହିପାରିବେ । ସ୍ଥିର ହୋଇଥିବା ସ୍ଥାନରେ ହିଁ ପବ୍ଲିକ ମିଟିଂ ହୋଇପାରିବ । ପବ୍ଲିକ ମିଟିଂ ବେଳେ ୧୦୦ରୁ ଅଧିକ ଲୋକ ରହିପାରିବେନି । ଭୋଟ୍ ଦେବା ସମୟରେ ବି କୋଭିଡ୍ ନିୟମ ପାଳ ହେବ । ଏଥର ବୁଥ୍ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ବଢ଼ିଛି । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ କରିହେବ । କରୋନା ଆକ୍ରାନ୍ତ ବ୍ୟକ୍ତି ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ । କରୋନା ସନ୍ଦିଗ୍ଧ ବ୍ୟକ୍ତି ବି ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ । ୮୦ ବର୍ଷରୁ ଉର୍ଦ୍ଧ ଓ ଦିବ୍ୟାଙ୍ଗ ବି ପୋଷ୍ଟାଲ ବାଲାଟରେ ଭୋଟ୍ ଦେଇପାରିବେ । ଉଚ୍ଛୁକ ବ୍ୟକ୍ତି ଏକ ଫର୍ମ ନୂରଣ କରି ଭୋଟ୍ ଦେଇପାରିବେ । ଏହି ବ୍ୟକ୍ତିମାନଙ୍କ ଘରକୁ ଯାଇ ସ୍ୱତନ୍ତ୍ର ଟିମ୍ ଫର୍ମ ଆଣିବେ । ୨୦ରୁ ୩୦ ତାରିଖ ଯାଏ ଘରକୁ ଯାଇ ଭୋଟ୍ ଆଣିବେ ଏହି ସ୍ୱରନ୍ତ୍ର ଟିମ୍ । ବୁଥ୍ ବାହାରେ ମତଦାତାଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ମତାଦାତମାନଙ୍କୁ ଗ୍ଲୋଭସ୍ ଦିଆଯିବ । ମାସ୍କ ନ ଥିଲେ ମାସ୍କ ଦିଆଯିବ । ମତଦାତାଙ୍କ ଶରୀରର ତାପମାତ୍ରା ଅଧିକ ଥିଲେ ସେମାନେ ଶେଷରେ ଭୋଟ୍ ଦେବେ ।

ରାଜ୍ୟରେ ୨ଟି ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବାଜିଲା ନିର୍ବାଚନ ବିଗୁଲ୍ । ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଅକ୍ଟୋବର ୧୬ ଯାଏ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୧୭ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ତାରିଖ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାସ ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ହେବା ପାଇଁ ଘୋଷଣା କରାଯାଇଛି । ଏହାପରେ ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking