28.1 C
Bhubaneswar
Saturday, April 27, 2024
Homeଓଡିଶା୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨୬୯୭ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨୬୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ୩୦ ଜିଲ୍ଲା ଓ ଷ୍ଟେଟ୍ ଫୁଲ୍‌ରୁ ୨୬୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୭୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୧ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୮୩୯ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୮୩ ଓ କଟକରୁ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୬୯୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୪୮୨ ଜଣ ଥିବାବେଳେ କଟକରୁ ୨୩୪, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୮୬, ଭଦ୍ରକରୁ ୬୬, ବଲାଙ୍ଗିରରୁ ୬୨, ବୌଦ୍ଧରୁ ୩୧, ଦେବଗଡ଼ରୁ ୧୫, ଢେଙ୍କାନାଳରୁ ୪୫, ଗଜପତିରୁ ୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୬୫, ଯାଜପୁରରୁ ୧୧୮, ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୯, କେନ୍ଦୁଝରରୁ ୭୫, କୋରାପୁଟରୁ ୪୫, ମାଲକାନଗିରିରୁ ୪୦, ମୟୂରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୫୩, ପୁରୀରୁ ୬୪, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦୭, ସୋନପୁରରୁ ୬୬, ସୁନ୍ଦରଗଡ଼ରୁ ୧୨୦ ଏବଂ ଷ୍ଟେଟ୍ ଫୁଲ୍‌ରୁ ୯୪ ଅଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୩୬, ୬୪, ୬୭୮ କରୋନା ନମୁନା ପରୀକ୍ଷଣ ହୋଇଛି । ଶୁକ୍ରବାର ସକାଳ ସୁଦ୍ଧା ୨ ଲକ୍ଷ ୪୬ ହଜାର ୮୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୧୬, ୯୮୪ ଜଣ ସୁସ୍ଥ ହୋଇଛନ୍ତି । ୨୮, ୮୧୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୯୭୪ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking