28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶଭୂପୃଷ୍ଠରୁ ୩ ହଜାର ଫୁଟ ତଳେ ଥିବା ଅଦ୍ଭୁତମୟ ଗାଁ

ଭୂପୃଷ୍ଠରୁ ୩ ହଜାର ଫୁଟ ତଳେ ଥିବା ଅଦ୍ଭୁତମୟ ଗାଁ

ନୂଆଦିଲ୍ଲୀ: ଗାଁ  ସଦାସର୍ବଦା ସୁନ୍ଦରମୟ ପରିବେଶରେ ଆଦୃତ ଥାଏ । ହେଲେ ସହର ଭଳି ସୁବିଧା ସୁଯୋଗ ଗାଁ ରେ ନଥାଏ । ସେଥିପାଇଁ ଅନେକ ସମୟରେ ସହର ଭଳି ସୁବିଧା ଗାଁରେ ଉପଲବ୍ଧ ହୋଇନଥାଏ । ସେଥିପାଇଁ ଲୋକେ ଗାଁ ଛାଡି ସହରକୁ ଚାଲି ଆସନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଶକ୍ତିଶାଳୀ ଆମେରିକାର ଏକ ଏମିତି ଗାଁ ବିଷୟରେ କହିବୁ, ଯାହା ଭୂପତନରୁ ୩ ହଜାର ଫୁଟ ତଳେ ରହିଛି ।  ଆମେରିକାର ପ୍ରସିଦ୍ଧ ଗ୍ରାଣ୍ଡ କ୍ୟାନିୟନ କୁ ଦେଖିବା ପାଇଁ ସାରା ଦୁନିଆରୁ ପ୍ରାୟ ୫୫ ଲକ୍ଷ ଲୋକେ ଏରିଜୋନା ଯାଇଥାନ୍ତି । ହେଲେ ଏଥିରେ ଏକ ଗଭୀରତମ ଖାଇ ହବାସୁ କ୍ୟାନିୟନ ନିକଟରେ ସୁପାଇ ନାମକ ଏକ ପୁରୁଣା ଗାଁ ରହିଛି । ସେଠାରେ ମୋଟ ଲୋକସଂଖ୍ୟା ହେଉଛି ୨୦୮ । ଏହା ଭୂମି ଉପରେ ନୁହେଁ, ବରଂ ଗ୍ରାଣ୍ଡ କ୍ୟାନିୟନ ଭିତରେ ପ୍ରାୟ ୩ ହଜାର ଫୁଟ ଗଭୀରରେ ଏହା ଅବସ୍ଥିତ । ସମଗ୍ର ଆମେରିକାରେ ଏହା ହିଁ ହେଉଛି ଏମିତି ଏକମାତ୍ର ଗାଁ ଯେଉଁଠି ଆଜି ବି ଚିଠି ନେବା ଆଣିବା ପାଇଁ ଲମ୍ବା ସମୟ ଲାଗିଥାଏ । ସେଠାରେ ଆଜି ବି ଲୋକେ ଚିଠିକୁ ଖଚର ଗାଡି ଉପରେ ଲଦି ଗାଁ ପର୍ଯ୍ୟନ୍ତ ନବା ଆଣିବା କରିଥାନ୍ତି । ଚିଠି ନେବା ପାଇଁ ଖଚର ଗାଡି ର ବ୍ୟବହାର କେବେ ଆରମ୍ଭ ହେଲା ତାହା କହିବା ସମ୍ଭବପର ନୁହେଁ । ଖଚର ଗାଡି ଉପରେ ୟୁନାଇଟେଡ ଷ୍ଟେଟ ସର୍ଭିସର ମୋହର ବି ରହିଥାଏ । ସୁପାଇ ଗାଁ ତାର ଆଜି ପର୍ଯ୍ୟନ୍ତ ସହର ସଡକପଥ ସହିତ ଯୋଡି ହୋଇପାରିନାହିଁ । ସେଠାରେ ପହଂଚିବା ପାଇଁ ରାସ୍ତା ହେଉଛି ବହୁତ ଆବୁଡା ଖାବୁଡା । ଗାଁର ସବୁଠୁ ନିକଟତର ରାସ୍ତା ବି ପ୍ରାୟ ୮ ମାଇଲ ଦୂର । ସେଠାରେ ପହଂଚିବା ପାଇଁ ହେଲେ ହେଲିକପ୍ଟର ଗାଡି କିମ୍ବା ଖଚର ଗାଡିର ସହାୟତା ନେବାକୁ ପଡେ । ଯଦି ସେତିକି ଶକ୍ତି ଥାଏ ତେବେ ପାଦରେ ଚାଲି ଚାଲି ବି ପହଂଚି ହୁଏ । ସୁପାଇ ଗାଁ ରେ ଗ୍ରାଣ୍ଡ କ୍ୟାନିୟନର ଗଭୀର ରାଜ୍ ଲୁଚି ରହିଛି । େଏହି ଗାଁଟି ଚାରିପଟୁ ଉଚ୍ଚ ଉଚ୍ଚ ପାହାଡ ଦ୍ୱାରା ଘେରି ହୋଇ ରହିଛି । ଗଭୀର ଖାଇ ଭିତରେ ଅବସ୍ଥିତ ଥିବା ଏହି ଗାଁ ପ୍ରାୟ ୧ ହଜାର ବର୍ଷ ପୂର୍ବରୁ ରହି ଆସିଛି । ସେଠାରେ ଆମେରିକାର ମୂଳନିବାସୀ ରେଡ୍ ଇଣ୍ଡିଆନ ବାସ କରନ୍ତି । ଗାଁରେ ରହୁଥିବା ଜନଜାତିଙ୍କ ନାମକରଣ ଗାଁ ର ସୁନ୍ଦରତା ଉପରେ କରାଯାଇଛି । ହବାସୁପାଇର ଅର୍ଥ ହେଲା, ନୀଳ ଓ ସବୁଜ ପାଣିର ଲୋକେ । ସେଠିକାର ଲୋକେ ଗାଁ ପାଣିକୁ ପବିତ୍ର ମାନନ୍ତି । କୁହାଯାଏ, ସେଠାରେ ବାହାରୁଥିବା ଫିରୋଜୀ ପାଣିରୁ ସେହି ଜନଜାତିଙ୍କ ଜନ୍ମ ହୋଇଛି । ଗାଁ ରେ ପହଂଚିବାକୁ ହେଲେ ଅନେକ ଅଙ୍କା ବଙ୍କା ପାହାଡ ମଧ୍ୟ ଦେଇ ଯିବାକୁ ହୁଏ । ମାତ୍ର ଏମିତି ରାସ୍ତା ଦେଇ ପହଂଚିବା ପରେ ଜଣାନଥାଏ ଯେ, ଆଗରେ ସ୍ୱର୍ଗ ଭଳି ସ୍ଥାନ ରହିଛି । ସାମ୍ନାରେ ଆପଣଙ୍କୁ ଏକ ବଡ ବୋର୍ଡ ନଜର ଆସିବ । ଯେୁଁଟି ଲେଖା ରହିଛି, ସୁପାଇକୁ ଆପଣଙ୍କୁ ସ୍ୱାଗତ । ଟ୍ରାଫିକରୁ ଗାଁ ହେଉଛି ସଂପୂର୍ଣ୍ଣ ମୁକ୍ତ । ଖଚର ଓ ଘୋଡା ଗାଁ ଗଳିରେ ନଜର ଆସିବେ । ସେଠାରେ ପୋଷ୍ଟ ୍‌ଫିସ, କ୍ୟାଫେ, ଦୁଇଟି ଚର୍ଚ୍ଚ, ଲଜ୍‌, ପ୍ରାଇମେରି ସ୍କୁଲ ଏବଂ ସଉଦା ଦୋକାନ ରହିଛି । ଆଜି ବି ସେଠିକାର ଲୋକେ ହବାସୁପାଇ ଭାଷା କହିଥାନ୍ତି ।  ଗାଁ ଲୋକଙ୍କ ଆବଶ୍ୟକୀୟ ଜିନିଷପତ୍ର ଖଚର ଗାଡି ଉପରେ ବୋହି ନିଆଯାଏ । କାହିଁ କେଉଁ କାଳରୁ ଲୋକେ ଏହି ଜାଗାକୁ ଦେଖିବା ପାଇଁ ଯାଆନ୍ତି । ପ୍ରତିବର୍ଷ ପ୍ରାୟ ଗାଁ କୁ ପ୍ରାୟ ୨୦ ହଜାର ଲୋକେ ତାର ସୁନ୍ଦରତା ଉପବୋଗ କରିବା ପାଇଁ ଆସିଥାନ୍ତି । ହେଲେ ଏଠାକୁ ଆସିବା ପୂର୍ବରୁ ସମସ୍ତଙ୍କୁ ହବାସୁପାଇଙ୍କ ଟ୍ରାଇବାଲ କାଉନସିଲର ଅନୁମତି ନେବାକୁ ପଡିଥାଏ । ଗ୍ରାଣ୍ଡ କ୍ୟାନିଅନରେ ବର୍ଷା ବହୁତ କମ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking