32.1 C
Bhubaneswar
Saturday, May 18, 2024
Homeଓଡିଶାଏହି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଏହି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ବର୍ତମାନ ଖରା ଦିନ ସରି ବର୍ଷା ଦିନ ଆରମ୍ଭ ହୋଇଛି । ହେଲେ ଦିନରେ ଯେଉଁଭଳି ଭାବରେ ଖରା ହେଉଛି, ଦେହ ହାତ ତାତି ଯାଉଛି । ମାତ୍ର ଅପରାହ୍ନରେ ବର୍ଷା ହେଉଛି । ତେବେ ଏହାରି ମଧ୍ୟରେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡିକ ହେଲା, ସୁନ୍ଦରଗଡ, ମୟୁରଭଂଜ, କେନ୍ଦୁଝର, ଦେବଗଡ, ଢେଙ୍କାନାଳ, ଗଂଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଜଗତସିଂହପୁର ଓ କଟକ । ଏହି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘଡଘଡି ଓ ବଜ୍ରପାତରୁ ବର୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବା ସହ ଘରୁ ନବାହାରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking