31.1 C
Bhubaneswar
Sunday, May 5, 2024
Homeଟ୍ୱିନ ସିଟିରାସ୍ତାକଡ଼ରେ ବସିବ ହାଟ

ରାସ୍ତାକଡ଼ରେ ବସିବ ହାଟ

ଭୁବନେଶ୍ୱର:  ରାଜଧାନୀରେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବଜାର ଓ ହାଟ ଉପରେ କଟକଣା ଜାରି କରାଯାଇଛି । ଗହଳିକୁ ଏଡାଇବା ପାଇଁ ହାଟର ବିକେନ୍ଦ୍ରୀକରଣ କରାଯିବ ବୋଲି ସୋମବାର ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଗୁରୁବାର ଠାରୁ ରାସ୍ତାକଡ଼ରେ ହାଟ ବସିବ ବୋଲି ସୂଚନା ମିଳିଛି । ୟୁନିଟ-୧ ହୋଲସେଲ ଓ ୟୁନିଟ-୪ ଭଳି ଜନଗହଳି ପୂର୍ଣ୍ଣ ମାକେର୍ଟ ରାସ୍ତା ଆଡକୁ ଉଠିବ । ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଅନୁରୂପ ପଦକ୍ଷେପ ନେବାକୁ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାର କରି ଜେନାଲ ଡେପୁଟିି କମିଶନର ମଙ୍ଗଳବାର ଦୁଇ ହାଟର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ହାଟର କର୍ମକର୍ତ୍ତା ବୈଠକ ବସିବା ପରେ ୨ ଦିନ ପ୍ରସ୍ତୁତି ପାଇଁ ସମୟ ମାଗିଛନ୍ତି । ଆଲୋଚନା ପରେ ୨ ବଡ଼ ହାଟ ଗୁରୁବାରଠୁ ରାସ୍ତାକଡ଼ରେ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking