29.1 C
Bhubaneswar
Sunday, May 19, 2024
Homeଓଡିଶାରାଜଧାନୀରେ ବଢ଼ୁଛି ସଂକ୍ରମଣ : ଆଉ ୧୨ ସ୍ଥାନକୁ ମାଇକ୍ରୋକଣ୍ଟେନମେଣ୍ଟ, ୪କୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ରାଜଧାନୀରେ ବଢ଼ୁଛି ସଂକ୍ରମଣ : ଆଉ ୧୨ ସ୍ଥାନକୁ ମାଇକ୍ରୋକଣ୍ଟେନମେଣ୍ଟ, ୪କୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଜୋନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି କ୍ରମରେ ଉତ୍ତର ଜୋନର ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବାବେଳେ ଦକ୍ଷିଣ-ପୂର୍ବ ଜୋନର ୭ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେମେଣ୍ଟ ଜୋନ୍ ଏବଂ ଦକ୍ଷିଣ-ପଶ୍ଚିମ ଜୋନର ୫ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଉତ୍ତରର ଜୋନର ବିଭିନ୍ନ ଅଂଚଳକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ୱାର୍ଡ ନଂ-୧୯ ଅନ୍ତର୍ଗତ ରସୁଲଗଡ ସ୍ଥିତ ସବର ସାହିି,  ୱାର୍ଡ ନଂ -୦୨ ଅନ୍ତର୍ଗତ କୀଟ ଛକସ୍ଥିତ ଟୋମେପେରିଟାନ୍ ରେସିଡ଼େନ୍ସି,  ୱାର୍ଡ ନ -୧୨ ଅନ୍ତର୍ଗତ କ୍ୱାଟର ନଂ -୪/୨ , ବ୍ଲକ -ଦି/୫ , ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନୀ, ୱାର୍ଡ ନ -୨୬ ଅନ୍ତର୍ଗତ ଜୟଦେବ ବିହାର ପ୍ଲଟ ନଂ – ୭୩୭ /୪  କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ସେହିପରି ସହରର ଦକ୍ଷିଣ-ପୂର୍ବ ଜୋନର ବିଭିନ୍ନ ସ୍ଥାନକୁ ମାଇକ୍ରୋ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।  ୱାର୍ଡ ନ- ୨୮ ଅନ୍ତର୍ଗତ ଆଚାର୍ଯ୍ୟ ବିହାରର ପ୍ଲଟ ନ -୮୯/୧୩୦୪ , ସୁସୃଷ୍ଟ କ୍ଲିନିକ୍ -୮୩ , ୱାର୍ଡ ନ -୪୨ ଅନ୍ତର୍ଗତ ତାରିଣୀ ବସ୍ତ୍ରାଳୟ ନିକଟ ବୁଦ୍ଧ ନଗର , ୱାର୍ଡ ନ -୫୮ ଅନ୍ତର୍ଗତ ରିଲାଏନ୍ସ ସ୍ମାର୍ଟ ନିକଟ ତଥା କାନାଡ଼ା ବ୍ୟାଙ୍କ ସମ୍ମୁଖୀନ ଗ୍ୟାରେଜ ଛକ ପ୍ଲଟ ନଂ -୩୧୪୫  ୱାର୍ଡ ନଂ ୬୦ ଅନ୍ତର୍ଗତ ମହତାବ ରୋଡସ୍ଥିତ ପ୍ଲଟ ନଂ-୯୫୦,  ୱାର୍ଡ ନଂ – ୩୪ ଅନ୍ତର୍ଗତ ସତ୍ୟ ନଗରସ୍ଥିତ ପ୍ଲଟ ନଂ ୭୧୪ , ୱାର୍ଡ ନ -୩୨ ଅନ୍ତର୍ଗତ ଝାରପଡାସ୍ଥିତ  ପ୍ଲଟ ନ -୪୬୨, ୱାର୍ଡ ନ -୪୫ ଅନ୍ତର୍ଗତ ଚିନ୍ତାମଣିଶ୍ୱରସ୍ଥିତ ପ୍ଲଟ ନଂ ୪୧୪୧ -ଡ଼ି ଏବଂ ଦକ୍ଷିଣ ପଶ୍ଚିମ ଜୋନର ୱାର୍ଡ -୬୬ର ଉଦୟଗିରି ବିହାର ସ୍ଥିତ ପ୍ଲଟ୍ ନଂ-୮୭, ୱାର୍ଡ -୪୮ର ପାଇକନଗରର ପ୍ଲଟ ନଂ ୧୮୫ , ୱାର୍ଡ ନଂ .୨୩ର କଳିଙ୍ଗ ନଗରସ୍ଥିତ ପ୍ଲଟ ନ .କେ୭ /୩୭୨, ୱାର୍ଡ ନଂ.୧୫ର ସିଆରପିଏଫ କ୍ୟାମ୍ପସ ବାରାକ ନ .୬, ୱାର୍ଡ ନ .୪୮ର ୟୁନିଟ -୮ସ୍ଥିତ କ୍ୱାଟର ନଂ.ଇ-୧୧ /୧ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking