28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଝାଟିମାଟି ଘରେ ବିତୁଛି ୨୦ ହରିଜନ ପରିବାରଙ୍କ ଜୀବନ

ଝାଟିମାଟି ଘରେ ବିତୁଛି ୨୦ ହରିଜନ ପରିବାରଙ୍କ ଜୀବନ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ୧୬ନଂ ୱାର୍ଡ ଦେଉଳପଦୀ ହରିଜନ ସାହିର ୨୦ ହରିଜନ ପରିବାର ଏବେ ବି ଝାଟିମାଟି ଘରେ ଜୀବନ ବିତାଉଛନ୍ତି । ଦେଉଳପଦୀ ସ୍କୁଲଠାରୁ ଗାଁ’ ଶେଷମୁଣ୍ଡ ଯାଏଁ ଯାତାୟାତ ପାଇଁ ସେଭଳି ବିସ୍ତୀର୍ଣ୍ଣ ରାସ୍ତାଟିଏ ନଥିବାବେଳେ ଝାଟିମାଟିର ଘର ସୂଚାଇଦେଉଛି ସରକାରୀ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତସପନ । ୨୦୧୦-୧୧ ଓ୨୦୧୧-୧୨ ଆର୍ଥିକ ବର୍ଷ ପୂର୍ବରୁ ଉକ୍ତ ହରିଜନସାହିର ୭/୮ଗୋଟି ପରିବାରକୁ ବାସଗୃହ ଯୋଜନାରେ ଅର୍ଥ ଯୋଗାଇ ଦିଆଯାଇଥିଲା । ସେତେବେଳର ବଜାର ଦର ଯାହାଥିଲା ତା’ଠାରୁ ବହୁତ କମ୍ ମୂଲ୍ୟରେ କାର୍ଯ୍ୟାଦେଶ ବାବଦୀୟ ଯୋଜନା ଅର୍ଥ ସରକାରଙ୍କ ପକ୍ଷରୁ ଯୋଗାଯାଇଥିଲା । ତେଣୁ କିଛି ହିତାଧିକାରୀ ବଖରାଏ ଜାଗାରେ ଦୁଇବଖରା ଘର କରିବାକୁ ଚାହିଁଥିଲେ ସୁଦ୍ଧା ତାହା ସମ୍ଭବ ହୋଇନଥିଲା । ଏପରିକି ୨/୩ଜଣ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମଧ୍ୟ ସ୍ୱଳ୍ପ ଟଙ୍କାରେ ବାସଗୃହ ନିର୍ମାଣ ପାଇଁ ସାହସ ଜୁଟାଇ ପାରିନଥିଲେ । ସୁତରାଂ ବାସଗୃହ ପାଇଥିବା ହିତାଧିକାରୀ ଗୋଟିଏ ଲେଖାଁଏ ବଖରା ପକ୍କାଘର ନିର୍ମାଣକରି ଯୋଜନାର ମାନଦଣ୍ଡ ବୃଦ୍ଧିରେ ସହାୟ ହୋଇଥିଲେ ସୁଦ୍ଧା ସେଥିରେ ସମ୍ପୂର୍ଣ୍ଣ ପରିବାର ମୁଣ୍ଡ ଗୁଞ୍ଜିପାରି ନାହାଁନ୍ତି । ଏହାପରେ ବାକି ରହିଯାଇଥିବା ପରିବାରଙ୍କ ପାଇଁ ନୂତନ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇବା ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଏଯାଏଁ ଲୋକମାନେ ଉପକୃତ ହୋଇପାରି ନାହାଁନ୍ତି । ସମସ୍ତ ପରିବାର ଏବେବି ସୁଦ୍ଧା ଝାଟିମାଟି ଘରେ ଜୀବନ ବିତାଉଛନ୍ତି । ଫଳରେ ନଈବଢି ଆସିଲେ ଘରେ ପାଣି ପଶି କେତେବେଳେ କାନ୍ଥ ପଡିଯାଉଛି ତ ପୁଣି କେତେବେଳେ ନୂଆଣିଆ ଘର ମାଟିରେ ଲୋଟିଯାଉଛି । ଏହାଛଡା ବର୍ଷ ଯାକର ଝଡିବର୍ଷା ପ୍ରକୋପରୁ ମଧ୍ୟ କଚ୍ଚାଘର ବାଦ୍ ପଡୁନି । ମୁଣ୍ଡ ଗୁଞ୍ଜିବା ପାଇଁ ଲୋକେ କଚ୍ଚାଘରକୁ ଦୀର୍ଘବର୍ଷ ହେବ ସଜାଡି ଆସୁଥିଲେ ବି ପକ୍କା ଘର ଖଣ୍ଡେ ପାଇବା ସେମାନଙ୍କ ପାଇଁ ସତେ ଯେଭଳି ସ୍ୱଦୂରପ୍ରସାରୀ ହୋଇଯାଇଛି । ବ୍ୟବସ୍ଥାଗତ ତ୍ରୁଟି ହେଉ କିମ୍ବା ଅନ୍ୟକିଛି କାରଣ ଯୋଗୁଁ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରୁ ନଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking