34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନ୍ୟାୟ ନମିଳିବାରୁ ଥାନା ସମ୍ମୁଖରେ ଧାରଣା

ନ୍ୟାୟ ନମିଳିବାରୁ ଥାନା ସମ୍ମୁଖରେ ଧାରଣା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଘୋଡ଼ାଂଶ ପଞ୍ଚାୟତ ଅନ୍ତର୍ଗତ ସଂସାଇଲୋ ଗ୍ରାମର ମନୋରମା ସ୍ୱାଇଁ ନ୍ୟାୟ ନପାଇବାରୁ ସପରିବାର ସହିତ ନାଉଗାଁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ପୂର୍ବ ଅଭିଯୋଗ ଅନୁସାରେ ଗତ ୫ତାରିଖରେ ଉକ୍ତ ଗ୍ରାମର ଶଙ୍କର ସ୍ୱାଇଁ ଓ ତାଙ୍କର ଦୁଇପୁଅ ଜମିବାଡ଼ି ଘଟଣାକୁ କେନ୍ଦ୍ରକରି ସଂଘବଦ୍ଧଭାବେ ମନୋରମା ଓ ତାଙ୍କ ପରିବାର ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମନୋରମାଙ୍କ ସମେତ ତାଙ୍କ ସ୍ୱାମୀ ଓ ପୁଅଙ୍କୁ ଲହୁ ଲୁହାଣ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏନେଇ ମନୋରମା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ । ଫଳରେ ସଂପୃକ୍ତ ବ୍ୟକ୍ତିମାନେ କେତେକ ଅସାମାଜିକ ବ୍ୟକ୍ତିଙ୍କୁ ଧରି ଥାନାରୁ କେସ୍ ନଉଠାଇଲେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଉଛନ୍ତି । ଯାହାକୁ ନେଇ ସେ ପୂର୍ବରୁ ଲିଖିତଭାବେ ଦେଇଥିବା ନିର୍ଦ୍ଧାରିତ ସମୟ ଅନୁସାରେ ସୋମବାର ନାଉଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ନାଉଗାଁ ବିଜେଡି ବ୍ଲକ ସଭାପତି ସୁଜିତ ମଲ୍ଲିକ ସେଠାରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇବା ସହିତ ପୁଲିସର ଏପରି କାର୍ଯ୍ୟକଳାପ ପ୍ରତି ନିନ୍ଦା ପ୍ରକଟ କରିଥିଲେ । ଓ ନାଉଗାଁ ଥାନା ଅଧିକାରୀ ଭରତ ବେହେରାଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking