33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦୁଇ ଯୁବତୀଙ୍କ ଟିକଟକ ପ୍ରେମ,ଫେରାର ବେଳେ କାନପୁରରୁ ଗିରଫ

ଦୁଇ ଯୁବତୀଙ୍କ ଟିକଟକ ପ୍ରେମ,ଫେରାର ବେଳେ କାନପୁରରୁ ଗିରଫ

ଧର୍ମଗଡ : ଦୁଇ ଜଣ ଯୁବତୀଙ୍କର ଟିକଟକ୍ ଭିଡିଓରୁ ପରିଚୟ ସୃଷ୍ଟି ହୋଇଥିଲା । ହେଲେ ଏହି ଦୁଇଜଣ ଜୁବତୀ ଘରୁ ଫେରାରବେଳେ ପୁଲିସ ଦ୍ୱାରା ଗିରଫ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ । ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ସଂଗୀତା ମାଲକାର ସହ ଧର୍ମଗଡ ସହରର ଜଣେ ଯୁବତୀଙ୍କ ଟିକଟକ ଭିଡିଓରୁ ପରିଚୟ ସୃଷ୍ଟି ହୋଇଥିଲା । ପ୍ରାୟ ବର୍ଷେକାଳ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିଲା । ଧିରେ ଧିରେ ତାଙ୍କ ଭିତରେ ନୀବିଡ଼ତା ଆସିଲା । ହଠାତ ଦିନେ ଧର୍ମଗଡ଼ରେ ରହୁଥିବା ନାବାଳିକା ଯୁବତୀ ଜଣକ ଘରୁ ନିଖୋଜ ହୋଇଗଲା । ଏନେଇ ତାଙ୍କ ବାପା ଗତ ୧୭ ତାରିଖରେ ଧର୍ମଗଡ଼ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ଏହି ମାମଲାରେ ସାଇବର ସେଲର ସହାୟତା ନେଇଥିଲା । ଫୋନ ଟ୍ରାକିଂ କରି ରାଜ୍ୟ ବାହାରେ ଥିବା ଜାଣି ଧର୍ମଗଡ ସବ ଇନ୍ସିପେକ୍ଟର ଉଦୟବିର କୁଲୁ ପଶ୍ଚିମବଙ୍ଗ ଯିବା ସହ ରେଲୱେ ପ୍ରୋଟେକ୍ସନ ଫୋର୍ସ ସାହାଯ୍ୟରେ ସେମାନଙ୍କୁ କାନପୁର ରେଳ ଷ୍ଟେସନରୁ ଠାବ କରିଥିଲେ । ତେବେ ଧର୍ମଗଡ଼ର ଉକ୍ତ ଯୁବତୀ ନିଜେ କୋଲକତା ଗଲା ପରେ ସଂଗୀତା ସହ ତାର ଦେଖା ହେଲ ଏବଂ ସେଠାରୁ ସେମାନେ କୁଆଡେ ରାଜସ୍ଥାନ ଯିବାକୁ ଯୋଜନା କରୁଥିଲେ । ହେଲେ ନିୟତିର ବିଧାନ ଅଲଗା ଥିଲା । ରାଜସ୍ଥାନ ଯିବା ପୂର୍ବରୁ ପୋଲିସ ଦ୍ୱାରା ଗିରଫ ହୋଇ ଧର୍ମଗଡ ଆସିବା ପରେ ପୁଲିସ ସଂଗୀତା ମାଲକାରଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଉଛି । ତେବେ ଏମାନଙ୍କ ଭିତରେ ସମଲିଙ୍ଗୀ ପ୍ରେମ ସମ୍ପର୍କ ଥିଲା ନା ଅନ୍ୟତ୍ର ଚାଲାଣ କିମ୍ବା ବିକ୍ରି ଉଦ୍ଦେଶ୍ୟରେ ନେଉଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking