28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଆଇପିଏଲ୍‌ର ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍‌ସ। ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ପୂର୍ବରୁ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଏହି ଦଳର ଖେଳାଳିମାନଙ୍କ ମନୋବଳ ବେଶ୍‌ ଉଚ୍ଚରେ ରହିଛି।
ଶ୍ରେୟସ ଆୟାରଙ୍କ ନେତୃତ୍ବାଧିନ ଦିଲ୍ଲୀ ଦଳ ପ୍ରଥମ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ସୁପର ଓଭରରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ହରାଇଥିଲା। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍‌ ଖେଳି ୨ଟି ଯାକ ହାରି ଯାଇଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ଦ୍ରୁତ ବୋଲର କାଗିସୋ ରାବାଡା ଓ ଆନ୍‌ରିଚ୍‌ ନର୍ଟଜେ ଚମତ୍କାର ଫର୍ମରେ ରହିଥିବା ବେଳେ ସ୍ପିନର ଭାବେ ଅକ୍ଷର ପଟେଲ୍‌ ଓ ଅମିତ ମିଶ୍ରା ମଧ୍ୟ ଭଲ ଫର୍ମରେ ରହିଛନ୍ତି। ଦଳର ବ୍ୟାଟିଂକୁ ଦେଖିଲେ ଓପନର୍‌ ଭାବେ ଶିଖର ଧାୱନ୍‌ ଓ ପୃଥ୍ବୀ ସ’ ରହିଛନ୍ତି। ଏହି ଦୁଇଜଣ ସନ୍‌ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ମଧ୍ୟକ୍ରମରେ ଅଧିନାୟକ ଶ୍ରେୟସ ଆୟାର ଓ ଋଷଭ ପନ୍ତ ରହିଥିବାରୁ ସେମାନଙ୍କ ଠାରୁ ଦଳ ଭଲ ପ୍ରଦର୍ଶନର ଆଶା ରଖିଛି। ଦଳରେ ଅଲରାଉଣ୍ଡର ଭାବେ ମାର୍କସ ଷ୍ଟୋଇନିସ୍‌ ଓ ସିମରନ୍‌ ହେତମେୟାର ଥିବାରୁ ସେମାନେ ସନ୍‌ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।
ସନ୍‌ରାଇଜର୍ସ ଦଳରେ ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ପରି ବ୍ୟାଟସମ୍ୟାନ୍‌ ଅଛନ୍ତି। ସେମାନଙ୍କ ବ୍ୟାଟିଂ ଉପରେ ଦଳ ଅଧିକ ମାତ୍ରାରେ ନିର୍ଭରଶୀଳ। ଆଘାତଜନିତ କାରଣରୁ ଦୁଇଟି ମ୍ୟାଚ୍‌ରେ ଖେଳିନଥିବା କେନ୍ ୱିଲିୟମସନ୍‌ଙ୍କୁ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking