29.1 C
Bhubaneswar
Sunday, May 5, 2024
Homeଓଡିଶା୨୫ ଟିକିଆ ହାତୀପଲର ଉପଦ୍ରବ,ଚାଷୀ ମୁଣ୍ଡରେ ଚଡକ

୨୫ ଟିକିଆ ହାତୀପଲର ଉପଦ୍ରବ,ଚାଷୀ ମୁଣ୍ଡରେ ଚଡକ

ମୟୂରଭଞ୍ଜ : ପ୍ରାକୃତିକ ବିପର୍ଯ୍ୟୟକୁ ବାଦଦେଲେ ଏବେ ଆତଙ୍କ ପାଲଟିଛି ହାତୀପଲ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷଯାକ ହାତୀପଲର ଉପସ୍ଥିତି ଚାଷୀଙ୍କ ସହିତ ଗାଁ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବନବିଭାଗ ହାତୀ ଘଉଡାଇବାରେ ଉଦ୍ୟମ କରି ବିଫଳ ହେବା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି। ତେବେ ଏବେ କରଞ୍ଜିଆ ବନଖଣ୍ଡରେ ହାତୀପଲର ଉପଦ୍ରବ ଜାରିରହିଛି। ଗତ ଦୁଇମାସ ହବ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ଦୁଧିଆଣି ଏବଂ କରଞ୍ଜିଆ ରେଞ୍ଜରେ ହାତୀ ଉପଦ୍ରବ ଲାଗିରହିଛି । ଗତ ଦୁଇମାସ ଭିତରେ ମାଡିଦଳି ଏକର ଏକର ଫସଲ ନଷ୍ଟ କରିଥିବା ବେଳେ ଆଗକୁ କ୍ଷତି ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ବହୁ ଚାଷୀ ।
ଗତ ଏକସପ୍ତାହ ହବ ଶୁକୃଳି, ରରୁଆଁ ଓ କରଞ୍ଜିଆ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। କରଞ୍ଜିଆ ବନଖଣ୍ଡରେ ଗତ ଦୁଇମାସରୁ ଅଧିକ ସମୟ ହବ ୨୫ ଟିକିଆ ହାତୀପଲ ବିଭିନ୍ନ ଗାଁ ଅଞ୍ଚଳରରେ ଏକର ଏକର ଚାଷୀଙ୍କ ଧାନ କ୍ଷେତରେ ଫସଲ ଖାଇବା ସହିତ ମାଡି ଚକଟି ନଷ୍ଟ କରିଥିବା ବେଳେ ଘର ବାରିରେ ଥିବା ପନିପରିବା ଖାଇ ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।

ହାତୀପଲ ଦିନରେ ଗ୍ରାମଜଙ୍ଗଲରେ ବିଶ୍ରାମ ନେଉଥିବା ବେଳେ ସଂନ୍ଧ୍ୟାନଇଁ ଆସିଲେ ଖାଦ୍ୟ ସଂଗ୍ରହ ପାଇଁ ଧାନବିଲରେ ପଶି ଫସଲ ଖାଇବା ସହିତ ମାଡିଦଳି ନଷ୍ଟ କରୁଛନ୍ତି। ଗତକାଲି ହାତୀପଲ ଶୁକୃଳି ବ୍ଲକର ଘରମାବେଡା, ଅର୍ଜୁନବିଲା ଓ ଶୁଳିଆଗୁଣ୍ଠି ଅଞ୍ଚଳରେ ଥିବା ବେଳେ ଭାଗହୋଇ ଗୋଟେ ଗୋଷ୍ଠୀ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାର ବର୍ଦ୍ଧନା ଗ୍ରାମ୍ୟ ଜଙ୍ଗଲକୁ ଚାଲିଯାଇଥିଲା ବେଳେ କରଞ୍ଜିଆ ରେଞ୍ଜରରେ କିଛି ହାତୀ ରହିଯାଇଥିବା ବନବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି। ହାତୀପଲଙ୍କୁ ରୋକିବା ପାଇଁ ବନବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଷ୍ଟ୍ରେଞ୍ଚ ଖୋଳା ଯାଇଥିଲେ ମଧ୍ୟ ହାତୀ ରୋକିବାରେ ବନବିଭାଗ ବିଫଳ ହୋଇଛି।

ଏସମ୍ପର୍କରେ କରଞ୍ଜିଆ ରେଞ୍ଜ ଅଧିକାରୀ ପ୍ରବୀର୍ କୁମାର ମୁର୍ମୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ହାତୀପଲ ଉପରେ ସତର୍କ ଦୃଷ୍ଟି ରଖାଯାଉଛି, ଦୁଇମାସ ଭିତରେ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ୨୦ ଏକରୁ ଅଧିକ ଧାନଚାଷ ହାତୀ ନଷ୍ଟ କରିଥିବା ସ୍ୱୀକାର କରିଛନ୍ତି। ଅନ୍ୟପଟେ ଜମିରେ ଧାନ ନ ହେଉଣୁ ହାତୀପଲ ଚାଷ ଜମି ନଷ୍ଟ କରୁଥିବାରୁ ଚାଷୀ ଚିନ୍ତା ବ୍ୟକ୍ତ କରିଛନ୍ତି। ସେହିପରି ରାତିରେ ଗାଁରେ ଲୋକେ ସୁରକ୍ଷାକୁନେଇ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ହାତୀପଲର ଉପଦ୍ରବ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ବନବିଭାଗ ନେଉଥିବା ସମସ୍ତ ପଦକ୍ଷେପ ବିଫଳ ହେଉଛି। ଫଳରେ ଧନଜୀବନ ସୁରକ୍ଷାକୁନେଇ ଲୋକଙ୍କ ମଧ୍ୟରେ ଭୟ ଲାଗିରହି ଅସନ୍ତୋଷର କାରଣ ପାଲଟୁଥିବା ଲକ୍ଷ୍ୟ କରାଯାଇଛି। ଏହାବ୍ୟତୀତ କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବ ଅସନ୍ତୋଷର ପ୍ରମୁଖକାରଣ ପାଲଟୁଥିବା ବେଳେ କ୍ଷତିପୂରଣ ଅର୍ଥ ବୃଦ୍ଧି କରାଯିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking