34.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରକାଶ ପାଇଲା +୨ କଟ ଅଫ୍ ମାର୍କ

ପ୍ରକାଶ ପାଇଲା +୨ କଟ ଅଫ୍ ମାର୍କ

ଭୁବନେଶ୍ୱର : ପ୍ରକାଶ ପାଇଲା +୨ କଟଅଫ୍ ମାର୍କ । ଆବେଦନ କରିଥିଲେ ୪ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ । ୩ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍‌ଅଫ୍ ମାର୍କରେ ମନୋନୀତ ହୋଇଛନ୍ତି । କଳାରେ ପ୍ରଥମ କଟକ ଅଫ୍ ମାର୍କରେ ୨ଲକ୍ଷ ୪୭ହଜାର ୯୦୬ଜଣ ମନୋନୀତ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୨୪ହଜାର ୫୬୦ଜଣ ମନୋନୀତ ହୋଇଛନ୍ତି । ବିଜ୍ଞାନରେ ୧ଲକ୍ଷ ୭ଶହ ୩୭ଜଣ ମନୋନୀତ ହୋଇଛନ୍ତି । ସାମସ ପୋର୍ଟାଲରେ ପ୍ରକାଶ ପାଇବ ମେରିଟ ଲିଷ୍ଟ ।

www.samsodisha.gov.in ପୋର୍ଟାଲରେ ତାଲିକା ଉପଲବ୍ଧ ହେବ । ଗତ ଅଗଷ୍ଟ ୧୨ ତାରିଖରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ପକ୍ରିୟା ଚାଲିଥିଲା । ଆଜି ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପର ଦ୍ଵିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ୨୭ ତାରିଖରେ ବାହାରିବା ପରେ ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ । ଏହି ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ନାମଲେଖା ହେବ ।

ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍‌ ପାଇଁ ୪ଲକ୍ଷ ୭୧ ହଜାର ୬୧୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେହିଭଳି ଯୁକ୍ତ ୩ ପ୍ରଥମ ବର୍ଷ ପାଇଁ ମଧ୍ୟ ଆଜିଠୁ ନାମଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୧ଲକ୍ଷ ୬୮ହଜାର ୫୩୭ ଛାତ୍ରଛାତ୍ରୀ ଇଣ୍ଟିମେସନ ପାଇଥିବା କଲେଜରେ ନାମଲେଖାଇବେ । ଏହ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking