28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଇସଲାମ ଧର୍ମକୁ ନିନ୍ଦା କରିବାରୁ ଫାଶୀ

ଇସଲାମ ଧର୍ମକୁ ନିନ୍ଦା କରିବାରୁ ଫାଶୀ

ନୂଆଦିଲ୍ଲୀ : ମହଙ୍ଗା ପଡିଲା ହ୍ୱାଟସଆପରେ ପୋଷ୍ଟ । ଇସଲାମ ଧର୍ମକୁ ନିନ୍ଦା କରିବାରୁ ମହିଲାଙ୍କୁ ଫାଶୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ । ତାଙ୍କୁ ଇସଲାମ ବିରୋଧି ଏଭଳି କାମ ପାଇଁ ରାୱଲପିଣ୍ଡିର ଏକ ଅଦାଲତ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି । ଇସଲାମ ଧର୍ମର ସର୍ବୋଚ୍ଚ ମନାଯାଉ ଥିବା ପ୍ୟାଗମ୍ବର ମହମ୍ମଦଙ୍କ ବିରୋଧରେ ୨୬ ବର୍ଷୀୟା ଅନିକା ଅତିକ ନାମ୍ନୀ ପାକିସ୍ତାନୀ ମହିଲା ଜଣକ କିଛି ଆପତ୍ତିଜନକ ଟିପଣୀ ଲେଖି ତାହାକୁ ନିଜର ହ୍ୱାଟସଆପ ଗ୍ରୁପରେ ଛାଡି ଥିଲେ ।

ତେବେ ଏହାକୁ ଈଶନିନ୍ଦା ବୋଲି ବିବେଚନା କରି ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ୨୦୨୦ ମେ ମାସରେ ପାକ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିଲା । ମାମଲାଟି କୋଟରେ ବିଚାରଧୀନ ରାୱଲପିଣ୍ଡି ଅଦାଲତ ଅନିକାଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶଥାଉ କି , ଏବେ ପାକିସ୍ତାନର ବିଭିନ୍ନ ଜେଲରେ ଥିବା କଏଦୀଙ୍କ ମଧ୍ୟରେ ୮୦ ପ୍ରତିଶତଙ୍କ ବିରୋଧରେ ଈଶନିନ୍ଦାର ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking