27.1 C
Bhubaneswar
Tuesday, May 7, 2024
Homeଅପରାଧଗୁପ୍ତାଙ୍ଗ କାଟିଵା ପରେ ଶବକୁ କ୍ଷତବିକ୍ଷତ କରିଲେ ଆଉ ତାପରେ......

ଗୁପ୍ତାଙ୍ଗ କାଟିଵା ପରେ ଶବକୁ କ୍ଷତବିକ୍ଷତ କରିଲେ ଆଉ ତାପରେ……

ଉତ୍ତରପ୍ରଦେଶ: କାନପୁରରେ ଛାତ୍ର ପୀୟୁଷ କଟିଆ (୧୮)କୁ ହତ୍ୟା କରିଥିବା ହତ୍ୟାକାରୀମାନେ କ୍ରୋଧର ସବୁ ସୀମା ପାର କରିଦେଇଛନ୍ତି। ହତ୍ୟାକାରୀ ପ୍ରଥମେ ଗଳା କାଟି ଛାତ୍ରକୁ ମାରିଥିଲେ। ପୁଣି ଧାରୁଆ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଗୁପ୍ତାଙ୍ଗ କାଟିବା ପରେ ପୁରା ଶରୀରକୁ କ୍ଷତବିକ୍ଷତ କରିଛନ୍ତି। ଏଭଳି ଯନ୍ତ୍ରଣାଦାୟକ ଘଟଣା କାନପୁର ପରମତଠାରେ ଘଟିଛି।
ପୀୟୁଷର ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜାଣିବାକୁ ମିଳିଛି ଯେ, ବିଶେଷଜ୍ଞମାନଙ୍କର ଆଶଙ୍କା ରହିଛି କି ଏହି ହତ୍ୟାରେ ଜଣେ କି ଦୁଇ ଜଣ ନୁହେଁ ଦୁଇ ଅଧିକ ବ୍ୟକ୍ତିଙ୍କର ହାତ ରହିଛି। ପୁଲିସ କହିବାନୁସାରେ, ମୃତକକୁ ଯେଉଁ ଭଳି ହତ୍ୟା କରାଯାଇଛି ଏଥିରୁ ଜଣାପଡ଼ୁଛି କି ପିୟୁଷକୁ ସେମାନେ ବହୁତ ଘୃଣା କରୁଥିଲେ। ଘୃଣା କାହିଁକି କରୁଥିଲେ ଏହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୁଲିସର ତଦନ୍ତ ବର୍ତମାନ ସୁଦ୍ଧା ଜାରୀ ରହିଛି। ପରମତ କେନୈଘଡା ନିବାସୀ ମଞ୍ଜୁ ଦେବୀ କଟିଆର କହିଛନ୍ତି ଯେ, ପୁଅ ପୀୟୁଷ ଗୁରୁବାର ରାତିରେ ଳକ୍ଷ୍ନୋ ଯିବା ପାଇଁ ଘରୁ ବାହାରିଥିଲା। ସେହି ଦିନ ରାତିରେ ହିଁ ପୀୟୁଷକୁ ହତ୍ୟା କରାଯାଇଛି। ଶୁକ୍ରବାର ସକାଳେ ପରମତର ଏକ ଜଙ୍ଗଲରେ ପୀୟୁଷର ମୃତ ଶରୀରକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ପୁଲିସ କହିବାନୁସାରେ, ଗୁରୁବାର ରାତିରେ ପାଖାପାଖି ସାଢ଼େ ଦଶଟା ପରେ ମୃତକର ମୋବାଇଲ ଫୋନ୍ ସୁଇଜ୍ ଅଫ୍ ହୋଇଯାଇଥିଲା। ପୁଲିସ ମୃତକର ମହିଳା ସାଙ୍ଗକୁ ପଚରାଉଚରା କରିବା ପରେ ସେ କହିଛି ଯେ, ରାତି ୨ଟା ପର‌୍ୟ୍ୟନ୍ତ ପୀୟୁଷ ସହିତ ତାର ହ୍ବାଟସଅପରେ ଚାଟ୍ ହୋଇଥିଲା। ଏହି କଥା ହେବା ପରେ ହତ୍ୟା କରାଯାଇଛି ବୋଲି ଆଶା କରାଯାଇଛି। ପୁଲିସକୁ ଆଶଙ୍କା ରହିଛି ଯେ, ପୀୟୁଷ ଦୁଇଟା ମୋବାଇଲା ବୋଧେ  ବ୍ୟବହାର କରୁଥିଲା। ଗୋଟିକରେ ହ୍ବାଟସଅପ୍ ଆଉ ଗୋଟିକରେ କଲିଂ ପାଇଁ ବ୍ୟବହାର କରୁଥିଲା। ପ୍ରଶ୍ନ ଉଠୁଛି ଯେ, ପ୍ରକୃତରେ ପୀୟୁଷର ହ୍ବାଟସଅପ୍ ମୋବାଇଲ କାହା ପାଖରେ ଥିଲା ଏବଂ ଯୁବତୀ ସହିତ କିଏ ଚାର୍ଟ କରୁଥିଲା ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking