38.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟଦୁର୍ବଳ ହେଉଛି ଯୁବପୀଢୀଙ୍କ ହାର୍ଟ ! ଏହି କାରଣରୁ କମ୍ ବୟସରେ ହୋଇପାରେ ହାର୍ଟ ଆଟାକ୍

ଦୁର୍ବଳ ହେଉଛି ଯୁବପୀଢୀଙ୍କ ହାର୍ଟ ! ଏହି କାରଣରୁ କମ୍ ବୟସରେ ହୋଇପାରେ ହାର୍ଟ ଆଟାକ୍

ନୂଆଦିଲ୍ଲୀ : ଜଣାଶୁଣା ସିଙ୍ଗର କେକେ ମଙ୍ଗଳବାର ହାର୍ଟ ଆଟାକ୍ ଯୋଗୁଁ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ସେ ୫୩ ବର୍ଷର ଥିଲେ । କୋଲକାତାରେ ଲାଇଭ୍ କନସର୍ଟ ସମୟରେ ସେ ବାରମ୍ବାର ଝାଳ ପୋଛୁଥିବା ନଜର ଆସୁଥିଲେ । ପରଫମାନ୍ସ ଶେଷ ହେବା ପରେ ଏକ ଭିଡିଓ ସାମ୍ନାକୁ ଆସିଲା ଯେଉଁଥିରେ ତାଙ୍କ ସ୍ୱାସ୍ଥ୍ୟ ବିଗୁଡୁଥିବା ନଜର ଆସୁଥିଲା ଏବଂ ତାଙ୍କୁ ହସ୍ପିଟାଲ ନିଆଯାଉଥିଲା ।

କେବେବି ମଦ୍ୟପାନ କରୁନଥିବା କେକେ ଏମିତି ଚାଲିଯିବା ତାଙ୍କ କୋଟି କୋଟି ଫ୍ୟାନ୍ସଙ୍କୁ ଝଟକା ଦେଇଛି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି ଯୁବପୀଢୀଙ୍କୁ ହାର୍ଟ ଆଟାକ୍ କାହିଁକି ଆସୁଛି । ଏହାର କାରଣ କ’ଣ ? କେବଳ ସେଲିବ୍ରିଟି ନୁହଁନ୍ତି, ଏମିତି ଅନେକ ମାମଲା ସାମ୍ନାକୁ ଆସୁଛି । ଏବଂ ଯୁବପୀଢୀଙ୍କ କ୍ଷେତ୍ରରେ ଏହା ଅଧିକ ନଜର ଆସୁଛି ।

ଦିଲ୍ଲୀର ଆକାଶ ହସ୍ପିଟାଲର ହାର୍ଟ ରୋଗ ବିଶେଷଜ୍ଞ ଡ. ଆଶିଷ ଅଗ୍ରୱାଲଙ୍କ ଅନୁସାରେ କାର୍ଡିଏକ୍ ଆରେଷ୍ଟ ଏବଂ ହାର୍ଟ ଆଟାକରେ ପାର୍ଥକ୍ୟ ରହିଥାଏ । କାର୍ଡିଏକ ଅରେଷ୍ଟ ଅର୍ଥାତ୍ ଯେଉଁଥିରେ ରୋଗୀର ହାର୍ଟ କାମ କରିବା ବନ୍ଦ କରିଦିଏ । ଅଧିକାଂଶ ଏମିତି ହାର୍ଟ ଆଟାକ୍ କେସରେ ଆସିଥାଏ । ଡ. ଆଶିଷ କୁହନ୍ତି କି ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ ସିଗାରେଟ୍ ସ୍ମୋକିଂ ବଢିଛି ଯାହା ଏହାର ମୁଖ୍ୟ କାରଣ । ଫିଟନେସର ଅର୍ଥ ନୁହେଁ ଯେ ହାର୍ଟ ଭଲ ରୂପେ କାମ କରୁଛି । ବଡି ବିଲ୍ଡିଂ ଏବଂ ହାର୍ଟ ଆଟାକ ମଧ୍ୟରେ ବହୁତ ଫରକ । ଅର୍ଥାତ୍ ଆପଣ ଏକ ସୁନ୍ଦର ସୁଢଳ ସ୍ୱାସ୍ଥ୍ୟ ଦେଖି କହିପାରିବେ ନାହିଁ ଯେ ତାଙ୍କ ହାର୍ଟ ନିଶ୍ଚିତ ରୂପେ ସୁସ୍ଥ ଥିବ । ତେବେ ଯୁବପୀଢୀ କମ୍ ବୟସରେ ମୃତ୍ୟୁବରଣ କରିବାର କାରଣ ହେଉଛି ସେମାନେ ସୁଗାର, ସ୍ମୋକିଂ, କୋଲେଷ୍ଟ୍ରଲକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ ।

ଦିଲ୍ଲୀର ଜି ବି ପନ୍ତ ହସ୍ପିଟାଲରେ ଗତ କିଛି ବର୍ଷଧରି ୨୦% ହାର୍ଟ ରୋଗୀ ୧୮ରୁ ୪୫ ବର୍ଷ ବୟସ୍କ ହିଁ ଆସୁଛନ୍ତି । ହସ୍ପିଟାଲରେ ୨ ବର୍ଷ ପୂର୍ବରୁ ଏମିତି ୧୫୪ ରୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା । ଏହି ରୋଗୀଙ୍କ ମଧ୍ୟରେ କାହାକୁ ବି ଡାଇବେଟିସ୍ ନଥିଲା । ସେମାନଙ୍କ ମଧ୍ୟରୁ କେହି ବି ସିଗାରେଟ୍ ପିଅନ୍ତିନାହିଁ । କିନ୍ତୁ ସମସ୍ତଙ୍କ ମଧ୍ୟରେ ଗୋଟିଏ କଥା କମନ ଥିଲା ଏବଂ ତାହା ହେଉଛି ସମସ୍ତଙ୍କ ଷ୍ଟ୍ରେସ୍ ଲେବଲ ହାଇ ଥିଲା । ଅର୍ଥାତ୍ ଆଜିର ଏହି ଚଳଚଞ୍ଚଳ ଏବଂ ଡିଜିଟାଲ ଯୁଗରେ ସମସ୍ତେ ବ୍ୟସ୍ତ ରହୁଛନ୍ତି । ଖାଦ୍ୟ ପେୟ ପ୍ରତି କେହି ସଚେତନ ନାହାଁନ୍ତି ଏବଂ ସଠିକ୍ ନିଦ୍ରା ନେବାକୁ କାହା ପାଖରେ ସମୟ ହୋଇପାରୁନି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନହେବା ଏହାର ଏକ ମୁଖ୍ୟ କାରଣ । ଅବହେଳା ଯୋଗୁଁ ଏମିତି ମାମଲା ସାମ୍ନାକୁ ଆସୁଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking