28.9 C
Bhubaneswar
Sunday, May 5, 2024
Homeଓଡିଶାଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲଙ୍କ ଚନ୍ଦ୍ରପୁର ଅଞ୍ଚଳ ଗସ୍ତ

ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲଙ୍କ ଚନ୍ଦ୍ରପୁର ଅଞ୍ଚଳ ଗସ୍ତ

ଗୁଣପୁର : ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲ ମଙ୍ଗଳବାର ଦିନ ଚନ୍ଦ୍ରପୁର ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଚାଲିଚାଲି ଯାଇ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଚନ୍ଦ୍ରପୁର ବ୍ଲକର ବୁଡୁବାଲି ପଞ୍ଚାୟତର ଅଣ୍ଡିଙ୍ଗି, ପେନାକାଢୁ, କୁରୁମୁଗୁଡା, ଦୀମାଗୁଡି, ହନୁମନ୍ତପୁର ପଞ୍ଚାୟତର ଗାର୍ଲଗୁଡି ଓ ସୀତାଗୁଡି ଆଦି ଦୁର୍ଗମ ଅଞ୍ଚଳ ଚାଲିଚାଲି ଯାଇ ଲୋକଙ୍କ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଅଙ୍ଗନବାଡି କର୍ମୀଙ୍କ ଚତୁଆ ବଣ୍ଟନ,ଅଣ୍ଡା ପ୍ରଦାନ ଆଦି ବିଷୟରେ ଗ୍ରାମବାସୀଙ୍କ ଠାରୁ ପଚାରି ବୁଝିଥିଲେ । ଦୀମାଗୁଡି ଗ୍ରାମର ନଳକୂପ ଖରାପ ଥିବା ଜାଣି ତୁରନ୍ତ ମରାମତି କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଅଣ୍ଡିଙ୍ଗି ଗ୍ରାମର ଲୋକମାନେ କିପରି ଖାଉଟି ସାମଗ୍ରୀ ପାଉଛନ୍ତି ସେ ବାବଦରେ ଗ୍ରାମବାସୀଙ୍କ ଠାରୁ ବୁଝିଥିଲେ । ଉପ ଜିଲ୍ଲାପାଳଙ୍କ ଏପରି ଦୁର୍ଗମ ଅଞ୍ଚଳ ଗସ୍ତ କରିବା ଏବଂ ଲୋକଙ୍କ ସହ ସିଧାସଳଖ ଆଲୋଚନା କରୁଥିବା ଲୋକଙ୍କ ମନରେ ଆନନ୍ଦ ଖେଳିଯାଇଛି । ଉପ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ, ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଲଳିତ ପୂଜାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking