30.1 C
Bhubaneswar
Friday, April 26, 2024
Homeଓଡିଶାଗୁଣୁପୁରର ପୂର୍ବତନ ବିଧାୟକ ରାମମୁର୍ତ୍ତି ମୁଟିକାଙ୍କ ଦେହାନ୍ତ

ଗୁଣୁପୁରର ପୂର୍ବତନ ବିଧାୟକ ରାମମୁର୍ତ୍ତି ମୁଟିକାଙ୍କ ଦେହାନ୍ତ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମମୁର୍ତ୍ତି ମୁଟିକାଙ୍କ ଆଜି ୬୭ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ହସ୍ପିଟାଲରେ ସେ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ରାମନାଗୁଡା ବ୍ଲକରେ ଦୁଇଥର ଅଧ୍ୟକ୍ଷ ହୋଇଥିବା ସହ ବିଜେଡ଼ି ଟିକେଟରେ ୨୦୦୯ – ୨୦୧୪ ଯାଏଁ ଗୁଣୁପୁର ବିଧାୟକ ହୋଇଥିଲେ । ପରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଅଦ୍ୟାବଧି କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ । ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking