31.1 C
Bhubaneswar
Saturday, April 20, 2024
Homeଓଡିଶାପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାହାପାଇଁ ?

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାହାପାଇଁ ?

ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସଲଝରିଆ ପଂଚାୟତର କଇଥପଲି ଗାଁରେ ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଯଶୋଦା ଭଞ୍ଜଙ୍କ ପରିବାରଙ୍କ ଜୀବନ । ପଲିଥିନ ଟିଏ ପାଇଁ ଦୌଡ଼ୁଛନ୍ତି ତହସିଲଦାରଙ୍କ ପାଖକୁ । ତଥାପି ମିଳୁନାହିଁ ପଲଥିନି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକା ଆବାସ ଯୋଜନା ଗରିବ ଗୁରୁବାଙ୍କ ପାଇଁ ଭେଳିକି ସାଜିଛି । ପକା ଘର ଖଣ୍ଡେ ପାଇବାକୁ ଚାହିଁ ବର୍ଷ ବର୍ଷ ଗଡି ଚାଲିଛି। ପାଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଥକି ପଡ଼ିଲେଣି ଯଶୋଦା । ଭଲକରି ଏହି ଘରର ଦୃଶ୍ୟକୁ ନଜର ପକାନ୍ତୁ । ଉପହାସ ହୋଇଛି ସରକାରଙ୍କ ଆବାସ ଯୋଜନା । ତେବେ ଭଙ୍ଗା କୁଡ଼ିଆକୁ ନିଜର କରିଛନ୍ତି ଯଶୋଦା ।ଯଶୋଦା ଓ ଦୁଇ ଝିଅ ସ୍ୱାମୀଙ୍କୁ ନେଇ ଏହି ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଦିନ କାଟୁଛନ୍ତି । ଗତ ବର୍ଷ ଫନିରେ ଯଶୋଦାଙ୍କ ଘରର ଛପର ଉଡିଯାଇଥିଲା କିନ୍ତୁ ଏବେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିଛି ।

ତେବେ ପାଲିଥିନିଟିଏ ଘର ଉପରେ ପକାଇବା ପାଇଁ ସାହାଯ୍ୟ ପାଇଁ ଦୌଡୁଛନ୍ତି ତହସିଲଦଙ୍କ ଅଫିସ କୁ ।ତେବେ ଅଦ୍ୟାବଧି ପଲିଥିନ ଟିଏ ମଧ୍ୟ ତାଙ୍କୁ ଯୋଗାଇଦିଆଯାଇନାହିଁ । ପ୍ରଶାସନ ଯଶୋଦାଙ୍କ ପାଇଁ ନିଦା ବିଷ୍ଣୁ ସାଜିଥିବା ବେଳେ ଦୁଃଖକୁ ପାଥୟ କରି ଝାଟି ମାଟି ଘରେ ଜୀବନ ବିତାଉଛନ୍ତି । ଏଠି ପ୍ରଶ୍ନ ହେଉଛି ଭୋଟ ସମୟରେ ଯଶୋଦା ପରିଚିତ ହେଉଥିବା ବେଳେ ଭୋଟ ସରିବା ପରେ ସେ ଅଲୋଡ଼ା ହୋଇ ପଡୁଛନ୍ତି କିପରି ?? ଭୋଟ ବେଳେ ନେତା ମାନେ ଭୋଟ ହାତେଇବା ପାଇଁ ଘର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଭୋଟ ସାରିଯିବା ପରେ ଯଶୋଦାଙ୍କ ପରିବାର ହୋଇଛନ୍ତି ଅଲୋଡ଼ା।ଏବଂ ନେତା ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟି ଯାଇଛି । ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାର ଦିମଡିଂ ପିଟୁଥିବା ବେଳେ ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚିପାରୁନାହିଁ ।ତେବେ ସରକାରଙ୍କର ବାସଗୃହ ଯୋଜନା ଗରିବ ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ପ୍ରଶାସନିକ ଅଧିକାରୀ ଙ୍କ ଦୂରଦୃଷ୍ଟି ଅଭାବ ଏବଂ ଖାଂଖିଆଳି ମନୋଭାବ ଯୋଗୁଁ ସରକାରଙ୍କ ଆବାସ ଯୋଜନା ଦିଗହରା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking