35.1 C
Bhubaneswar
Saturday, May 4, 2024
Homeଓଡିଶାଏହି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କାହିଁକି

ଏହି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କାହିଁକି

ପାରଳାଖେମୁଣ୍ଡି : ଘନୀଭୂତ ହେବାରେ ଲାଗିଛି ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କା ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଶନିବାର ଓ ରବିବାର ଛୁଟି ବାତିଲ କରିଛନ୍ତି ଗଜପତି ଜିଲ୍ଲାପାଳ । ଏହି ସମୟରେ ସଦର ମହକୁମା ନଛାଡ଼ିବାକୁ ନିର୍ଦ୍ଦେଶାନାମା ଜାରି ହୋଇଛି । ତେବେ ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ଏବେ ଡିପ୍ ଡିପ୍ରେସନରେ ପରିଣତ ହୋଇଛି ।

ଆସନ୍ତା ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ । ପରବର୍ତ୍ତୀ ୨୪ ଘଣ୍ଟା ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳକୁ ମୁହାଁଇବ । ବିଶାଖାପାଟଣା ଓ ଗୋପାଳପୁର ମଝିରେ କଳିଙ୍ଗପାଟନମ୍‌ ସ୍ଥଳଭାଗ ଛୁଇଁବ । ଆଇଏମ୍‌ଡି ପୂର୍ବାନୁମାନ ହେଲା, ଆଜି ଠାରୁ ବର୍ଷା ବଢ଼ିବ । ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେବ । ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking