36.1 C
Bhubaneswar
Saturday, May 18, 2024
Homeଓଡିଶାଜନ୍ମମାଟି ରାଇକଳାରେ ଅରିନ୍ଦମଙ୍କ ଶେଷକୃତ୍ୟ, କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ

ଜନ୍ମମାଟି ରାଇକଳାରେ ଅରିନ୍ଦମଙ୍କ ଶେଷକୃତ୍ୟ, କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ

କେନ୍ଦୁଝର : ଓଡ଼ିଶାର ଜଣେ ଦୁଃସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଜନ୍ମମାଟି ରାଇକଳାର ବୈତରଣୀ ନଦୀ କୂଳରେ କିଛି ସମୟ ପରେ ଶବ ସତ୍କାର କରାଯାଇଥିଲା। କେନ୍ଦୁଝର ରାଇକଳା ଗାଁକୁ ଯିବା ବାଟରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ତାପରେ ସେଠାରେ ଶୋକାକୁଳ ପରିବେଶରେ ବୈତରଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଏହି ସମୟରେ ଲୋକାରଣ୍ୟ ହୋଇଯାଇଥିଲା ଶ୍ମଶାନ। ଶେଷକୃତ୍ୟ ସମୟରେ ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତକାଲି କଟକର ମୁଣ୍ଡୁଳିଠାରେ ଏକ ଦନ୍ତାହାତୀକୁ ବଞ୍ଚାଇବାରେ ଏକ ଅତ୍ୟନ୍ତ ହୃଦୟବିଦାରକ, ଦୁଃଖଦାୟକ ଘଟଣାକ୍ରମରେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଟିମ୍‌ର ଜଣେ ଯବାନ ସୀତାରାମ ମୁର୍ମୁଙ୍କର ଜୀବନ ଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking