28.1 C
Bhubaneswar
Saturday, April 27, 2024
Homeଓଡିଶାପୋଲିସ୍ କୁ ଅଟକ ରଖିବା ଘଟଣା, ୨୨ ଗିରଫ

ପୋଲିସ୍ କୁ ଅଟକ ରଖିବା ଘଟଣା, ୨୨ ଗିରଫ

ଭୁବନେଶ୍ଵର: ପୋଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାରେ ୨୨ ଗିରଫ । ୧୫ ମହିଳା ସମେତ ୨୨ ଜଣଙ୍କୁ ଗିରଫ କଲା ଗୋପ ପୋଲିସ । ଗୋପ ଥାନା ରେଢୁଆ ଗାଁରେ ଚଢାଉ କରି ଗିରଫ କଲା ପୋଲିସ । ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋକଡ ଖାଇବା ଏବଂ ଏକ ପାଇପ ଚୋରି ଘଟଣାକୁ ନେଇ ଗତ ୭ ତାରିଖ ରାତି ପ୍ରାୟ ଗୋଟାଏବେଳେ ୪ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ରେଢୁଆ ଗାଁ ଯାଇଥିଲା ପୋଲିସ ।
ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବ କଣ ଦବଙ୍ଗଗିରି ଦେଖାଇଥିଲା ପୋଲିସ । ଅଭିଯୁକ୍ତଙ୍କ ଘର କବାଟ ନ ବାଡେଇ ଘରର ଛାତ ଉପରେ ଚଢି ମହିଳାମାନଙ୍କୁ ଅଶ୍ଲୀଳ ଆଚରଣ କରିବା ସହ ୨ ଅଭିଯୁକ୍ତଙ୍କୁ ଧରି ଗାଡିରେ ବସାଇ ନେଇଥିଲା । ଏହି ଘଟଣା ଜଣାପଡିବା ପରେ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ପୋଲିସକୁ ୬ ଘଣ୍ଟା ଧରି ଅଟକ ରଖିଥିଲେ । ପରେ ନିମାପଡା ଏସଡିପିଓ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣାର ସମାଧାନ ହୋଇଥିଲା । ପୋଲିସକୁ ଅଟକ ରଖିଥିବା ଯୋଗୁଁ ଆଜି ୨୨ ଜଣଙ୍କୁ ଗିରଫ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking