28.1 C
Bhubaneswar
Friday, April 26, 2024
Homeଓଡିଶାବୃଦ୍ଧଙ୍କୁ ମାରିଦେଲେ ହିଂସ୍ର ହାତୀପଲ

ବୃଦ୍ଧଙ୍କୁ ମାରିଦେଲେ ହିଂସ୍ର ହାତୀପଲ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବିଦ୍ୟୁତ୍ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ପରେ ୭ ହାତୀ ଥିବା ଏକ ପଲ ହିଂସ୍ର ହୋଇପଡିଛନ୍ତି । ସେମାନେ ଦକ୍ଷିଣ ଘୁମୁସର ବନଖଣ୍ଡକୁ ଆସି ଗୁରୁବାର ଜଣେ ବୃଦ୍ଧଙ୍କୁ କଚାଡି ମାରିଛି । ମୃତକ ହେଲେ ଜିଲିବା ଗ୍ରାମର ବାଞ୍ଛାନିଧି ସେଠୀ । ସେହିପରି କେ.ପଙ୍କାଳ ଗ୍ରାମର କିଛି ମହିଳା ବଡ଼ନଦୀକୁ ଗାଧୋଇବାକୁ ଯାଉଥିଲେ । ହାତୀ ଆକ୍ରମଣ କରିବାରୁ ପୀତବାସ ପରିଡାଙ୍କ ପତ୍ନୀ ସବିତା ପରିଡା(୩୨) ଗୁରୁତର ହୋଇଛନ୍ତି ।

କିଛି ଦିନ ତଳେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଲାଠିପଡା ଅଞ୍ଚଳରେ ଏକ ହାତୀପଲ ଚଳପ୍ରଚଳ କରୁଥିଲେ । ଏଥିରେ ୮ ହାତୀ ଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତାର ଜୀବନ ଯାଇଥିଲା । ଏହି ପଲରେ ଏବେ ୬ ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ରହିଛି । ବେଲଗୁଣ୍ଠା ଥାନା ଜିଲିବା ଗ୍ରାମର ବାଞ୍ଛାନିଧି ପ୍ରାତଃ ଭ୍ରମଣରେ ଯିବାବେଳେ ହାତୀ ଆକ୍ରମଣ କରିଥିଲେ । ତାଙ୍କୁ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏକ ମାମଲା ରୁଜୁ କରିଛି ।

ସେହିପରି ସବିତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବାଞ୍ଚାନିଧିଙ୍କ ମୃତ୍ୟୁ ପରେ ଜଙ୍ଗଲ ବିଭାଗ ତରଫରୁ ଶବ ସତ୍କାର ପାଇଁ ଆର୍ôଥକ ସାହାଯ୍ୟ ଦିଆଯାଇଛ । ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ବନରକ୍ଷୀ ସୁନିତା ପାତ୍ର, ଜିଲିବା ବିଟ୍ ବନରକ୍ଷୀ ପ୍ରଶାନ୍ତ ପଲେଇ, ବଣପଲ୍ଲୀ ବିଟ୍ ବନରକ୍ଷୀ କ୍ଷୀରୋଦ ଗୌଡ଼ ପହଞ୍ଚିଥିଲେ । ବିଦ୍ୟାଧର ବିଶୋଇ, ପୂର୍ବତନ ସମିତି ସଭ୍ୟ ପ୍ରମୁଖଙ୍କ ଉପସ୍ଥିତିରେ ବାଞ୍ଛାନିଧିଙ୍କ ପରିବାରକୁ ୫୦୦୦ ଟଙ୍କାର ସହାୟତା ରାଶି ଦିଆଯାଇଛି । ହିଂସ୍ରଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ନିୟମ ଅନୁସାରେ ୪ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବିହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking