30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶପଡୋଶୀଙ୍କ ଘରେ ୧୧ ବର୍ଷ ଲୁଚିଥିଲେ ନିଖୋଜ ମହିଳା

ପଡୋଶୀଙ୍କ ଘରେ ୧୧ ବର୍ଷ ଲୁଚିଥିଲେ ନିଖୋଜ ମହିଳା

ଥିରୁଅନନ୍ତପୁରମ : କେରଳରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ନିଖୋଜ ହୋଇଥିବା ଜଣେ ମହିଳାଙ୍କୁୁ ଦୀର୍ଘ ୧୧ ବର୍ଷ ପରେ ପଡୋଶୀଙ୍କ ଘରୁ ପୁଲିସ ଠାବ କରିଛି । ପାଲାକାଡ୍ ଜିଲ୍ଲା ଅନ୍ତର୍ଗତ ଆୟାଲୁର ଗ୍ରାମର ସଜିଥା ନାମ୍ନୀ ଜଣେ ଯୁବତୀ ୨୦୧୦ରେ ହଠାତ ନିଖୋଜ ହୋଇଥିଲେ । ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ପୁଲିସର ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳିନଥିଲା। କିଛି ଦିନ ପୂର୍ବେ ପୁଲିସ ଉକ୍ତ ମହିଳାଙ୍କୁ ଠାବ କରିପାରିଛି । ସୂଚନା ଅନୁଯାୟୀ ସଜିଥା ପଡୋଶୀ ରେହମାନଙ୍କୁ ଭଲ ପାଉଥିଲେ । ତେବେ ପାରିବାରିକ ବିରୋଧ ଆଶଙ୍କାରେ ସେ ଘରୁ ପଳାଇଯାଇ ଗୋପନରେ ରେହମାନଙ୍କୁ ବିବାହ କରିଥିଲେ ।

ଅନ୍ୟତ୍ର ଭଡାଘର ନେବାକୁ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ରେହମାନ ପତ୍ନୀଙ୍କୁ ନିଜ ଘରେ ଲୁଚାଇ ରଖିବାକୁ ବାଧ୍ୟ ହୋଇଥିଲେ । ଘରେ ରେହମାନଙ୍କ ପିତାମାତା, ସଜିଥାଙ୍କୁ ମିଶାଇ ମୋଟ ୪ ଜଣ ରହୁଥିଲେ । ରେହମାନ ଅଧିକାଂଶ ସମୟ କାମକୁ ନଯାଇ ଘରେ ରହୁଥିଲେ। ତାଙ୍କ ଘରକୁ କାହାରିକୁ ପୂରାଇ ଦେଉନଥିବାବେଳେ କେହି ଯଦି ଦୁଆରେ ଛିଡା ହେଉଥିଲା, ତାହେଲେ ରେହମାନ ଭୀଷଣ ବିରକ୍ତ ହେଉଥିଲା । କାଳକ୍ରମେ ରେହମାନର ଏଭଳି ଆଚରଣରେ ଚିଡିଯାଇ ପାଖ ପଡୋଶୀ କେହି ଘର ସାମନାକୁୁ ଗଲେ ନାହିଁ ।

ସଜିଥାଙ୍କ ପାଇଁ ରେହମାନ କାନ୍ଥରେ ଏକ ଗଳାବାଟ ତିଆରି କରିଥିଲା । ରାତିରେ ସଜିଥା ସେହି ରାସ୍ତାଦେଇ ବାହାରକୁ ଆସୁଥିଲା । ନିତ୍ୟକର୍ମ ସାରିବା ଏବଂ କିଛି ସମୟ ବାହାରେ କଟାଇବା ପରେ ସେ ପୁଣି ଅନ୍ଧ କୋଠରୀକୁ ଫେରିଯାଉଥିଲା । ହେଲେ ସତ କେବେ ଲୁଚି ରହେନି । ରାତିରେ ପରିସ୍ରା କରିବାକୁ ଉଠିଥିବା ଜଣେ ପଡୋଶୀ ସଜିଥାକୁ ଦେଖିବାପରେ ପୁଲିସକୁ ସୂଚନା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking