28.1 C
Bhubaneswar
Saturday, May 11, 2024
Homeଓଡିଶାପଣସ ବୋଝେଇ ଟ୍ରକରୁ ୧କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ପଣସ ବୋଝେଇ ଟ୍ରକରୁ ୧କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ : ଜଳାପୁଟ ଅଂଚଳରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର   ଅଞ୍ଚଳକୁ ଏକ ଅଭିନଵ ଉପାୟରେ   ପଣସ ବୋଝେଇ ଟ୍ରକରେ  ଗଞ୍ଜେଇ ଭର୍ତି କରି ଚରାଚାଲାଣ ବେଳେ   ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି  ବିପୁଳ ପରିମାଣରେ  ଗଞ୍ଜେଇ ।  କୋରାପୁଟ ଏସ୍‌ପି କୌଣସି ଏକ ସୂତ୍ରରୁ  ଜଳାପୁଟ ଅଞ୍ଚଳ ଜବାଗଡ଼ ଠାରୁ ଗଞ୍ଜେଇ ଚାଲାଣ ହେଉଥିବା  ନେଇ ଖବର ପାଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶ ଏବଂ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ ଏକ ୩ଜଣିଆ ଟିମ ଗଠନ କରି   ଟିକାପୁଟ ଛକ ନିକଟରେ   ଗାଡିଗୁଡିକୁ ଯାଞ୍ଚ କରିଥିଲେ  । ଠିକ ସେହି   ସମୟରେ  ଜବାଗଡ଼     ଅଞ୍ଚଳରୁ ଗଞ୍ଜେଇ ବଝେଇ ଏକ ଦ୍ରୁତ ଗତିରେ   ଆସୁଥିବା ନେଇ ପୁଲିସ ଟ୍ରକ କୁ  ଅଟକାଇ  ଥିଲେ ।

ପରେ ପୁଲିସ ଅଟକ ଗାଡିକୁ  ଯାଞ୍ଚ କରିଥିଲେ ଏବଂ  ପଣସ ବଝେଇ ଟ୍ରକରେ  ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ପରେ ପୁଲିସ ମାଛକୁଣ୍ଡ ଗଞ୍ଜେଇ ଚାଲାଣରେ ବ୍ୟଭହୃତ ହୋଇଥିବା ଟ୍ରକକୁ  ଜବତ କରିବା ସହ  ଆନ୍ଧ୍ରପ୍ରଦେଶ  ଗୁଣ୍ଟୁର ଅଂଚଳର ୩ଜଣକୁ  ପୁଲିସ ଗିରଫ କରିଥିଲେ । ଜବତ ଟ୍ରକରୁ  ୧ ହଜାର ୮କେଜି  ଗଞ୍ଜେଇ   ମଧ୍ୟ ମାଛକୁଣ୍ଡ ପୁଲିସ ଜବତ କରିଛି ।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ  ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି  । ତା ସହ  ଏହି ମାମଲାରେ ମାଛକୁଣ୍ଡ ପୁଲିସ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳର ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ ନାରାୟଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ତା ସହିତ ୪ଟି ମୋବାଇଲ ଓ ୩୫୦୦ ଟଙ୍କା ମଧ୍ୟ ପୁଲିସ ଜବତ କରିଛି ।

ଜବାଗଡ ଅଂଚଳରୁ ଏକ ଅଭିନୟ ଉପାୟରେ ପଣସ ବଝେଇ ଟ୍ରକରେ ଗଂଜେଇ ଭର୍ତି କରି ସଗର,ପାଡୁଆ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁର ଅଞ୍ଚଳକୁ ଗଂଜେଇ ଚାଲାଣ ହେଉଥିବା ନେଇ ନନ୍ଦପୁର ଏସ୍‌ଡିପିଓ ପ୍ରକାଶ କରିଥିବା ବେଳେ ମାଛକୁଣ୍ଡ ପୁଲିସ ପାଇଁ ଏହା ଏକ ବଡ ସଫଳତା ଏବଂ ଚାଲେଞ୍ଜ ମଧ୍ୟ ବୋଲି ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking