38.1 C
Bhubaneswar
Friday, April 26, 2024
Homeଓଡିଶାଜଙ୍ଗଲି ରାସ୍ତାରେ ଶିଶୁଙ୍କୁ ଜନ୍ମଦେଲେ ଗର୍ଭବତୀ

ଜଙ୍ଗଲି ରାସ୍ତାରେ ଶିଶୁଙ୍କୁ ଜନ୍ମଦେଲେ ଗର୍ଭବତୀ

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣାରର ଚିତ୍ର । ରାସ୍ତା ନଥିବାରୁ ଅମ୍ବୁଲାନ୍ସ ଆସି ନ ପାରିବା ବେଳେ ବୁହା ହେଲେ ଗର୍ଭବତୀ ମହିଳା ଓ ଅଧା ରାସ୍ତାରେ ହି ହେଲା ପ୍ରସବ । ଘଟଣାଟି ଏପ୍ରିଲ ୩୦ ତାରିଖର ହୋଇଥିବା ବେଳେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତର ଦୁର୍ଗମ ଗଟିମଝୋଲା ଗ୍ରାମରେ । ସୂଚନା ଅନୁଯାୟୀ, ଗ୍ରାମର ଜଣେ ପ୍ରସୁତି ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ନେବାକୁ ୧୦୨ ଅମ୍ବୁଲାନ୍ସକୁ ସ୍ଥାନୀୟ ଆଶା ଦିଦି ଫୋନ ଯୋଗେ ଯୋଗାଯୋଗ କରିଥିଲେ । ଅମ୍ବୁଲାନ୍ସ ଟି ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଗାଁକୁ ପହଁଚିବା ଥିବା ରାସ୍ତାର ଅବସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ଅମ୍ବୁଲାନ୍ସ ଟି ଅଧା ବାଟରେ ଅଟକି ରହିଥିଲା ।

ତେବେ ପ୍ରସୂତିଙ୍କୁ ଯେକୌଣସି ମତେ ମେଡ଼ିକାଲ ନେବାପାଇଁ ଅମ୍ବୁଲାନ୍ସ କର୍ମଚାରୀ ଦେଖାଇଲେ ତତ୍ପରତା । ଆଉ ପ୍ରସୁତିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କାଳ ବିଳମ୍ବ ନକରି ଖଟ ଓ ଲୁହା ପାଇପ ସହାୟତାରେ ଦୋଳା ତିଆରି କରି ପ୍ରାୟ ୪ କିଲୋମିଟର ପ୍ରସୁତିଙ୍କୁ ବୋହି ନେଇ ଥିଲେ ଆମ୍ବୁଲାନ୍ସ ଡ୍ରାଇଭର ରାମ ହିଆଲ ଓ ପ୍ରସୁତିଙ୍କ ସ୍ବାମୀ । ତେବେ ଆମ୍ବୁଲାନ୍ସ ନିକଟରେ ପହଁଚିବା ପୁର୍ବରୁ ଖୋଲା ଆକାଶ ତଲେ ଜମଜ ସନ୍ତାନକୁ ଜନ୍ମଦେଇ ଥିଲେ ପ୍ରସୁତି। ତେବେ ପ୍ରସବ ପରେ ୧୦୨ ଆମ୍ବୁଲାନ୍ସ ମାଧ୍ୟମରେ ଉଭୟ ମାଁ ଓ ଦୁଇ ନବଜାତଙ୍କୁ କୁଡୁମୁଲୁଗୁମା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ବର୍ତମାନ ସମସ୍ତେ ସୁସ୍ଥ ଥିବା ଜଣା ପଡିଛି । ତେବେ ଅମ୍ବୁଲାନ୍ସ ଚାଳକ ଙ୍କ ଉଚିତ ପଦକ୍ଷେପ ପାଇଁ ପ୍ରସୂତି ଓ ନବଜାତଙ୍କ ଜୀବନ ବଞ୍ଚି ପଡ଼ିଥିବା ବେଳେ ସାଧାରଣରେ ତାଙ୍କୁ ବେଶ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking