33.1 C
Bhubaneswar
Sunday, April 28, 2024
Homeଓଡିଶାହାଇଦର ପୁଅକୁ ମିଳିଲାନି ଜାମିନ

ହାଇଦର ପୁଅକୁ ମିଳିଲାନି ଜାମିନ

ଭୁବନେଶ୍ୱର: ହାଇଦରର ପୁଅ ସେକ୍ କାଦିରର ଜାମିନ ଆବେଦନ ଖାରଜ ହୋଇଛି । ଆବେଦନ ଖାରଜ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ । ୪୦ ଦିନିଆ ଅନ୍ତରୀଣ ଜାମିନ ଆବେଦନ କରିଥିଲା କାଦିର । ବାପା ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆବେଦନ କରିଥିଲା ।

ସୂଚନାଯୋଗ୍ୟ , ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌ ନିଆଯାଉଥିବା ବେଳେ ସେ ଖସିଯାଉଥିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଏନ୍‌କାଉଣ୍ଟର ରେ ହାଇ ଦରର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌ ନିଆଯାଉଥିଲା । ରାସ୍ତାରେ ସେ ଖସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ଗୁରୁତର ହୋଇଥିଲା  ହାଇଦର୍‌ ।

ବାଲେଶ୍ୱର ସିମୁଳିଆ ନିକଟରେ ଏପରି ଘଟଣା ଘଟିଥିଲା । ଆହାତ ହାଇଦରକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହାଇଦର ଏନ୍‌କାଉଣ୍ଟର ନେଇ ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଏସକଟ ପାର୍ଟିର ବନ୍ଧୁକ ଛଡ଼ାଇ ଖସି ଯିବାକୁ ଉଦ୍ୟମ କରୁଥିଲା ହାଇଦର । ବାରିପଦା ନେବା ବାଟରେ ପରିସ୍ରା କରିବାକୁ ଜିଦ ଧରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର୍‌ । ପରିସ୍ରା କରିବା ବାହାନାରେ ବନ୍ଧୁକ ଛଡ଼ାଇ ଖସି ଯିବାକୁ ଉଦ୍ୟମ କରୁଥିବା ସମୟରେ ଏନ୍‌କାଉଣ୍ଟର କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking