33.1 C
Bhubaneswar
Friday, April 26, 2024
Homeଓଡିଶାପୁରୀଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର

ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର

ପୁରୀ: ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର । ଫଳ ଖାଇ ସୁସ୍ଥ ହେବେ ଅସୁସ୍ଥ ଦିଅଁ । ଅଣସରର ନବମୀ ତିଥିରେ ଫଳ ଭାର ଆଣିଛନ୍ତି ବିଭିନ୍ନ ମଠ । ଏପଟେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା । ତାଟି ଘରେ ଜାରି ରହିଛି ସ୍ୱତନ୍ତ୍ର ଉପଚାର । ଆଜି ଓଷ ଲାଗିର ଅନ୍ତିମ ଦିବସ । ଆସନ୍ତାକାଲି ଦଶମୀ ତିଥିରେ ମହାପ୍ରଭୁଙ୍କ ଚକା ବିଜେ କରାଯିବ । ଏକାଦଶୀରେ ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ରଥଯାତ୍ରାକୁ ଆଉମାତ୍ର ୮ ଦିନ । ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଛି ଓଷ ଲାଗି ନୀତି । ଆସନ୍ତାକାଲି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେଇ ରଥାରୂଢ଼ ହେବେ । ସୁରୁଖୁରୁରେ ନୀତିକାନ୍ତି ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛି ପରିଚାଳନା କମିଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking