ମୁମ୍ବାଇ : “ରକ୍ଷାବନ୍ଧନ” ର ଟ୍ରେଲର ରିଲିଜ“ । ବେଳେ ବେଳେ ଭାଇ ଗୋଟେ ସୁପର ହିରୋ ହେବାଠୁ ବି ବହୁତ ବଡ“। ନିଜ ସିନେମା ଜରିଆରେ ଏହା କହୁଛନ୍ତି ଖିଲାଡି ଷ୍ଟାର ହିରୋ ଅକ୍ଷୟ କୁମାର। ଭାଇ ଭଉଣୀଙ୍କ ପବିତ୍ର ସଂପର୍କରେ କେବଳ ସ୍ନେହ ଆଉ ପ୍ରେମ ନୁହେଁ ବରଂ ତ୍ୟାଗ ଏବଂ ଦାୟିତ୍ବ ବି ରହିଥାଏ। ଏହା “ରକ୍ଷାବନ୍ଧନ” ସିନେମା ଜରିଆରେ ବହୁ ସୁନ୍ଦରଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି। ଆନନ୍ଦ ଏଲ. ରାୟଙ୍କ ଦ୍ବାରା ନିର୍ଦ୍ଦେଶିତ “ରକ୍ଷାବନ୍ଧନ”ର ଟ୍ରେଲର ଗତକାଲି ଅର୍ଥାତ୍ ମଙ୍ଗଳବାର ରିଲିଜ କରାଯାଇଛି ।କହିବାକୁ ଗଲେ ୧୧ ଅଗଷ୍ଟ ରେ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ହଲରେ ରିଲିଜ୍ ହେବ। ଏହି ୨ ମିନିଟ୍ ୫୫ସେକେଣ୍ଡର ଏହି ଟ୍ରେଲରରେ ଦର୍ଶାଯାଇଛି ଯେ ଅକ୍ଷୟ କୁମାର ତାଙ୍କର ଚାରି ଭଉଣୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଅନ୍ତି । ଏହା ଭିଡିଓକୁ ୧୫ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଅକ୍ଷୟ କୁମାର ଏବଂ ଭୁମି ପେଡନେକରଙ୍କ ଯୋଡି ଫିଲ୍ମ ‘ରକ୍ଷା ବନ୍ଧନ’ ଜରିଆରେ ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତ । ଦୁହେଁ ପ୍ରଥମ ଥର ପାଇଁ ‘ଟଏଲେଟ୍ ଏକ ପ୍ରେମ କଥା’ରେ ଏକାଠି ନଜର ଆସିଥିଲେ ।