40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଋଷ ଓ ଆମେରିକା ମୁହାଁମୁହିଁ

ଋଷ ଓ ଆମେରିକା ମୁହାଁମୁହିଁ

ନୂଆଦିଲ୍ଲୀ: ରୁଷ ଏବଂ ଆମେରିକା ମଧ୍ୟରେ ଲାଗିଥିବା ବିବାଦ ଥମୁନାହିଁ । ଗୋଟେ ପଟେ ଆମେରିକା ୟୁକ୍ରେନ କୁ ସାହାର୍ଯ୍ୟ କରୁଥିବା ବେଳେ ଏବେ ଲିଥୁନିଆ ପାଇଁ ସହାୟତା ବଢାଇଛି ଆମେରିକା । ଯାହା ଫଳରେ ଲିଥୁଆନିଆ କୁ ନେଇ ସହିତ ଋଷ ଓ ଆମେରିକା ମୁହାଁମୁହିଁ ହୋଇଛନ୍ତି । ଋଷ ନାଟୋ ଦେଶ ଲିଥୁଆନିଆ ଠାରୁ ଦାବି କରିଛି ଯେ ସେ କାଲିନିଗ୍ରାଡ ଉପରେ ଖୋଲାଖୋଲି ଲାଗୁ କରିଥିବା ଶତ୍ରୁତାପୂର୍ଣ୍ଣ ପ୍ରତିବନ୍ଧକକୁ ତୁରନ୍ତ ହଟାଉ । ଋଷର ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଲିଥୁଆନିଆ ଋଷର ପରମାଣୁ ସାମରିକ ଦୁର୍ଗ କାଲିନଗ୍ରାଡକୁ ରେଳ ମାଧ୍ୟମରେ ଯାଉଥିବା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଦେଇଛି । ଲିଥୁଆର ଏହି ପଦକ୍ଷେପ ପରେ ଋଷ ଚେତାବନୀ ଦେଇଛି । ସେପଟେ ଆମେରିକା କହିଛି ଯେ ସେ ଲିଥୁଆନିଆ ସହିତ ଛିଡା ହୋଇଛି । ଆମେରିକା ମଧ୍ୟ ଋଷକୁ ମନେ ପକାଇ ଦେଇଛି ଯେ ନାଟୋ ଦେଶ ଉପରେ ଆକ୍ରମଣ କରିବାର ଅର୍ଥ ଆମେରିକା ଉପରେ ଆକ୍ରମଣ ବୋଲି ଧରାଯିବ ।ୟୁରୋପୀୟ ୟୁନିଅନ୍ ଓ ନାଟୋ ଦେଶ ମଧ୍ୟରେ ଅବସ୍ଥିତ ଋଷର କାଲିନଗ୍ରାଡ୍ ରେଳ ମାଧ୍ୟମରେ ସାମଗ୍ରୀ ମଗାଇଥାଏ । କାଲିନିଗ୍ରାଡର ଗ୍ୟାସ୍ ଯୋଗାଣ ମଧ୍ୟ ଲିଥୁଆନିଆ ମାଧ୍ୟମରେ ହୋଇଥାଏ । ଗତ ସପ୍ତାହରେ ଲିଥୁଆନିଆ କହିଥିଲା ଯେ, ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ତାଲିକାରେ ଆସୁଥିବା ସାମଗ୍ରୀକୁ ରେଳ ଯୋଗେ କାଲିନଗ୍ରାଡକୁ ପଠାଯିବା ଉପରେ ପ୍ରତିବନ୍ଧକ ଲଗାଉଛି । ଏହି କାରଣରୁ ଋଷ ଲିଥୁଆନିଆ ଉପରେ ରାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking