30.1 C
Bhubaneswar
Friday, April 26, 2024
Homeଅପରାଧପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର ଘଟଣା : ରଶିରେ ଭିଡ଼ି ହତ୍ୟା କରିଥିଲା ବନ୍ଧୁ

ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର ଘଟଣା : ରଶିରେ ଭିଡ଼ି ହତ୍ୟା କରିଥିଲା ବନ୍ଧୁ

ତିହିଡ଼ି : ତିହିଡ଼ି ଥାନା ଅଧୀନ ଜାମଯୋଡ଼ି ପଞ୍ଚାୟତ ଅଧୀନ ଅମୃତପୁର ଗ୍ରାମର ରତ୍ନାକର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଖୋଲିଛି ପୁଲିସ୍ । ଗତ ୧୦ ତାରିଖ ରାତିରେ ତିହିଡ଼ି ପୁଲିସ ଏକ ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର କରିଥିଲା । ତେବେ ରତ୍ନାକରଙ୍କ ବାପା ପୂର୍ଣ୍ଣଚନ୍ଦ୍ର ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଓ ମାମଲା ରୁଜୁ କରି ପୁଲିସ୍ ଛାନଭିନ୍ ଚଳାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଅମୃତପୁର ଗ୍ରାମର ଅଣବିନ୍ଦୁ ମହାନ୍ତି (୨୧)ଙ୍କୁ ଗିରଫ କରି ପୁଲିସ୍ ଘଟଣାର ପର୍ଦ୍ଦାଫାସ କରିଛି । ବ୍ୟବସାୟିକ ଅନ୍ତଦ୍ୱର୍ନ୍ଦ୍ୱ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ କହିଛି । ଏପରିକି ବନ୍ଧୁ ବଇରୀ ସାଜି ଏକ ରଶିରେ ଭିଡ଼ି ହତ୍ୟା କରିଥିବା ଜଣାପଡ଼ିଥିବା ବେଳେ ମୃତକଙ୍କ ବ୍ୟବହୃତ ଅନେକ ସାମଗ୍ରୀ ଜବତ ହୋଇଛି ।
ସୂଚନା ଅନୁଯାୟୀ, ରତ୍ନାକର ଓ ଅଣବିନ୍ଦୁ ପିଲାବେଳୁ ଘନିଷ୍ଟ ବନ୍ଧୁ ଥିଲେ । ରତ୍ନାକରଙ୍କ ସ୍ୱତନ୍ତ୍ର ଭାବେ ଗାଁରେ ବାଲି ଚିପ୍‌ସ, ରଡ୍‌, ସିମେଣ୍ଟ ବ୍ୟବସାୟ ଚାଲିଥିବା ବେଳେ ଦୁଇବନ୍ଧୁ ଧାନକଟା ମେସିନ୍ ଲିଜ୍ ସୂତ୍ରରେ ଆଣି ବ୍ୟବସାୟ କରୁଥିଲେ । ତେବେ ରତ୍ନାକର ଉନ୍ନତି କରିବା ସହ ଜଣେ ସଫଳ ବ୍ୟବସାୟୀ ଭାବେ ପରିଚିତି ପାଇଥିଲେ । ଏଥିରେ ଅଣବିନ୍ଦୁ ଈର୍ଷାପରାୟଣ ହୋଇପଡ଼ିଥିଲେ ଏବଂ ଧାନକଟା ମେସିନ ଭଡ଼ାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଗତ ୭ ତାରିଖ ଅପରାହ୍ଣରେ ଉଭୟେ ୨ଟି ବାଇକ୍‌ରେ ଘଣ୍ଟେଶ୍ୱର ବଜାର ଯାଇଥିଲେ । ସେଠାରୁ ଘଟଣାସ୍ଥଳକୁ ଦୁହେଁ ପହଞ୍ôଚବା ପରେ ଭଡ଼ା ପ୍ରସଙ୍ଗରେ ଯୁକ୍ତିତର୍କ ଲାଗିଥିଲା । ଏଥିରେ କ୍ରୋଧାନ୍ୱିତ ହୋଇ ଅଣବିନ୍ଦୁ ଏକ ରଶିରେ ରତ୍ନାକରଙ୍କ ବେକକୁ ପଛରୁ ଭିଡ଼ି ଧରିଥିଲେ । ହତ୍ୟା ପରେ ରତ୍ନାଙ୍କର ମୋବାଇଲ ଫୋନ୍ ଭାଙ୍ଗି ଦେଇ ଚପଲ ଓ ମନିପର୍ସ ନିକଟ ବୁଦାକୁ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ ଅଣବିନ୍ଦୁ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଚପଲ, ମନିପର୍ସ, ଭଙ୍ଗା ମୋବାଇଲ, ଜଳନ୍ତା ସିଗାରେଟ ତୁଳା ଆଦି ପୁଲିସ୍ ଜବତ କରିଥିବା ବେଳେ ବରଦା ପୋଲ ନିକଟରୁ ଗାମୁଛା, ଗ୍ଲୋବସ୍ ଓ ରଶିକୁ ଜବତ କରିଛି । ତେବେ ଅଭିଯୁକ୍ତ ଅଣବିନ୍ଦୁ ଏକାକୀ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ଆଇଆଇସି ରମେଶ ଚନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଅଣବିନ୍ଦୁକୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ । ହତ୍ୟାକାଣ୍ଡରେ ଅନ୍ୟ କାହାରି ସମ୍ପୃକ୍ତି ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking