27.1 C
Bhubaneswar
Friday, March 29, 2024
Homeଓଡିଶା୧୩ ଦଫା ଦାବିନେଇ ଏସୟୁସିଆଇର ଧାରଣା

୧୩ ଦଫା ଦାବିନେଇ ଏସୟୁସିଆଇର ଧାରଣା

ବିରିଡ଼ି : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କମିଟି ପକ୍ଷରୁ ଗୁରୁବାର ୧୩ ଦଫା ଦାବି ନେଇ ବିରିଡ଼ି ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏଥିରେ ଆଞ୍ଚଳିକ କମିଟିର ସମ୍ପାଦକ ମଙ୍ଗୁଳି ଦାସ, ଜିଲ୍ଲା କମିଟିର ସମ୍ପାଦକ ସୁବାଷ ସ୍ୱାଇଁ, ସଂଗ୍ରାମୀ ପ୍ରକାଶ ଦାସ, ରମେଶ ନାୟକ, ରମେଶ ଚନ୍ଦ୍ର ଭୋଇ, ତରୁ କୁମାର ଦାସ, ପ୍ରଦୋଷ କୁମାର ଭୋଇ, ମହମ୍ମଦ ଜାକିର ହୋସେନ୍‌, ଉଗ୍ରସେନ ନାୟକ, ଶୁକଦେବ ସେଠୀପ୍ରମୁଖ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସରକାରଙ୍କ ଉଦାସୀତା ଏବଂ ପ୍ରଶାସନିକସ୍ତରରେ କାର୍ଯ୍ୟରେ ଅବହେଳା ଯୋଗୁଁ ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ପାଇଁ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ପିଆଜ ଦରକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ । ସେହିପରି ବ୍ଲକରେ ଶୀତଳ ଭଣ୍ଡାର ନଥିବା, ଷଣ୍ଡ ଓ ମାଙ୍କଡ଼ମାନଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଉନଥିବା, ପକ୍କା ଘର ନଥିବା ପରିବାରକୁ ଏ ପର୍ଯ୍ୟନ୍ତ ପକ୍କାଘର ନମିଳିବା, କାଳିଆ ଯୋଜନାର ପ୍ରକୃତ ଚାଷୀଙ୍କୁ ଅର୍ଥ ନମିଳିବା, ମଦ ଓ ମାଦକ୍ୟ ଦ୍ରବ୍ୟର ବ୍ୟାପକ ପ୍ରସାର ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ବଢୁଥିବା ନେଇ ଧାରଣାକାରୀମାନେ ସରକାରଙ୍କ ଉପରେ ବର୍ଷିଥିଲେ । ସେହିପରି ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା, ରାସନ କାର୍ଡରୁ ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଡ ଦେବା, ପ୍ରଶାସନର ତ୍ରୁଟିପୂର୍ଣ୍ଣ ସର୍ଭେ ଯୋଗୁଁ ‘ଫାନି’ ସହାୟତାରୁ ବଞ୍ଚିତ ପରିବାରକୁ ସହାୟତା ପ୍ରଦାନ କରିବା, ଭୂମିହୀନମାନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରିବା, ନିର୍ମାଣ ଶ୍ରମିକମାନଙ୍କୁ ପକ୍କାଘର ଯୋଗାଇବାରେ ବିଳମ୍ବ ନ କରିବା, କୌଣସି କାରଣ ବଶତଃ ଯଦି କେହି ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିପାରି ନାହାନ୍ତିି ସେମାନଙ୍କୁ ପୁନର୍ବାର ସହାୟତା ଦେବା, ବରୁଣେଇ,ଶାଳିଜଙ୍ଗାରେ ଠାରେ ପାସେଞ୍ଜର ହଲଟ, ଲେବୁଲ କର୍ସିଂ ନିର୍ମାଣ, ବଡଖଣ୍ଡାୟତା ରେଳ ଷ୍ଟେସନର ପୁନରୁଦ୍ଧାର କରିବା, ଝୁଲି ପଡିଥିବା ବିଦ୍ୟୁତ ତାର ଓ ଶୋଇ ପଡିଥିବା ଖୁଣ୍ଟଗୁଡ଼ିକୁ ମରାମତି କରିବା, ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବା, ବାତ୍ୟାରେ ଭାଙ୍ଗିପଡିଥିବା ଉଜ୍ଜ୍ୱଳ ଆଲୋକଗୁଡ଼ିକୁ ତୁରନ୍ତ ମରାମତି କରିବା ସହ ସୁଲଭ ମୂଲ୍ୟରେ ଚାଷୀମାନଙ୍କୁ ସାର ବିହନ ଓ କୀଟନାଶକ ଯୋଗାଣ ଓ ଚାଷୀମାନଙ୍କ କୃଷି ଋଣ ଛାଡ଼ କରାଯିବାକୁ ଦାବି କରାଯାଇଥିଲା । ପରେ ଉପରୋକ୍ତ ଦାବି ସମ୍ବୋଳିତ ଏକ ଦାବିପତ୍ର ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking