32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ଦେଶବାସୀଙ୍କୁ ମାଗଣା ଟିକା ସହ ଗରିବଙ୍କୁ ମାଗଣା ରାସନ ଦିଆଯିବ

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ଦେଶବାସୀଙ୍କୁ ମାଗଣା ଟିକା ସହ ଗରିବଙ୍କୁ ମାଗଣା ରାସନ ଦିଆଯିବ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର । ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ଲୋକେ ନେଇପାରିବେ । ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ ବୋଲି ମୋଦି କହିଛନ୍ତି । ଅକ୍ସିଜେନ ପାଇଁ ଜଳ, ସ୍ଥଳ, ଆକାଶ ସବୁକୁ ବ୍ୟବହାର କରାଯାଉଛି । ଜରୁରୀ ଔଷଧର ଉତ୍ପାଦନକୁ ଅନେକ ଗୁଣ ବୃଦ୍ଧି କରାଯାଇଛି । କରୋନା ଭଳି ଅଦୃଶ୍ୟ ଶତ୍ରୁ ବିରୋଧରେ ବଡ ଅସ୍ତ୍ର ହେଉଛି କୋଭିଡ ପ୍ରୋଟୋକଲ ବୋଲି ମୋଦୀ କହିଛନ୍ତି । ଏହି ଲଢେଇରେ ଟିକା ଆମ ପାଇଁ ସୁରକ୍ଷାର କବଚ ପାଲଟିଛି । ଟିକା ଉତ୍ପାଦନ କରୁଥିବା ଦେଶ ଓ କମ୍ପାନୀ ହାତ ଗଣତି ରହିଛି । ଯଦି ଆଜି ଆମେ ଟିକା ଉତ୍ପାଦନ କରିପାରୁନଥାନ୍ତେ, ତେବେ ଦେଶର ଅବସ୍ଥା କ’ଣ ହୋଇଥାନ୍ତା ବୋଲି ମୋଦୀ ପ୍ରଶ୍ନ କରିଛନ୍ତି । ଯଦି ଆମେ ଟିକା ଉତ୍ପାଦନ କରିନଥାନ୍ତେ, ଏବେ ବି ଟିକାକରଣ ଆରମ୍ଭ ହୋଇନଥାନ୍ତା ବୋଲି ସେ କହିଛନ୍ତି । ଦେଶରେ କରୋନାର ଦ୍ୱିତୀୟ ଲହର ବିରୋଧରେ ଆମର ଲଢେଇ ଜାରି ରିହିଛି । ଅନେକ ନିଜ ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି । ବିଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଏଭଳି ମହାମାରୀ ଆଧୁନିକ ବିଶ୍ୱ କେବେ ଦେଖି ନ ଥିଲା ନା ଅନୁଭବ କରି ନଥିଲା । ଏଭଳି ମହାମାରୀ ବିରୋଧରେ ଦେଶ ଏକାଠି ହୋଇ ଲଢ଼ିଛିି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବରୁ ମେଡିକାଲ ଅମ୍ଳଜାନର କେବେ ଏଭଳି ଆବଶ୍ୟକତା ନ ଥିଲା ।
ସେହିପରି କରୋନା ମହାମାରୀ ସମୟରେ ଆଉ ଗୋଟେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି । କରୋନାରେ ଜୀବିକା ବିପନ୍ନ ହୋଇ ପଡ଼ିଥିବାରୁ ମାଗଣା ରାର୍ସନ ଘୋଷଣା ହୋଇଥିବା କଥା କହିଛନ୍ତି ମୋଦି । ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯବା ନେଇ ମୋଦି ଘୋଷଣା କରିଛନ୍ତି । ଏହି ମାଗଣା ରାସନ ଦେଶର ୮୦ କୋଟି ଲୋକ ପାଇବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking