25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶ୧୦ମ ପରୀକ୍ଷା ଦେଲେ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓପି ଚୌତାଲା

୧୦ମ ପରୀକ୍ଷା ଦେଲେ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓପି ଚୌତାଲା

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ବୁଧବାର ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷା ଦେଇଛନ୍ତି । ସିର୍ସାର ଆର୍ଯ୍ୟ କନ୍ୟା ସିନିୟର୍ ସେକେଣ୍ଡାରୀ ସ୍କୁଲରେ ସେ ଏହି ପରୀକ୍ଷା ଦେଇଥିଲେ ଏବଂ ତାଙ୍କ ଅନୁରୋଧକ୍ରମେ ଅନ୍ୟଜଣେ ଉତ୍ତର ଲେଖିଥିଲେ । ଭାରତୀୟ ଜାତୀୟ ଲୋକଦଳର ସଭାପତି ୮୬ ବର୍ଷୀୟ ଚୌତାଲା ୨ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା ଶେଷ କରିଥିବା ଜଣାଯାଇଛି । ଚୌତାଲା ଚଳିତ ବର୍ଷ ହରିୟାଣା ଓପନ୍ ବୋର୍ଡ ପକ୍ଷରୁ ୧୨ଶ ପରୀକ୍ଷା ଦେଇଥିଲେ । ତେବେ ୧୦ମ ଶ୍ରେଣୀ ବାଧ୍ୟତାମୂଳକ ଇଂରାଜୀରେ ପାସ୍ କରିନଥିବାରୁ ଅଗଷ୍ଟ ୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କର ବ୍ୟାକ୍ ରହିଥିଲା । ଫଳରେ ହରିୟାଣାର ଏହି ଭେଟେରାନ୍ ନେତାଙ୍କୁ କମ୍ପାର୍ଟମେଣ୍ଟାଲ୍‌ରେ ଇଂରାଜୀ ପରୀକ୍ଷା ଦେବାକୁ ପଡ଼ିଥିଲା ।

ଶିକ୍ଷକ ନିଯୁକ୍ତି ସ୍କାମ୍‌ରେ ଅଭିଯୁକ୍ତ ହୋଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍‌ରେ ଥିବାବେଳେ ୨୦୧୭ରେ ସେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଅଧୀନରେ ୧୦ମ ପରୀକ୍ଷା ଦେଇଥିଲେ । ସେ ସମୟରେ ସେ ପ୍ରଥମ ଶ୍ରେଣୀରେ ୧୨ଶ ପାସ୍ କରିଥିବା ନେଇ ତାଙ୍କ ପୁଅ ଅଭୟ ଚୌତାଲା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ତେବେ ପରେ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଏହା ୧୨ଶ ନୁହେଁ ୧୦ମ ପରୀକ୍ଷା ଥିଲା । ବର୍ତ୍ତମାନର ପରୀକ୍ଷା ପାଇଁ ଓମ୍ ପ୍ରକାଶ ଚୌତାଲା ଦିଲ୍ଲୀର ତିହାର ଜେଲ୍‌ରେ ପ୍ରସ୍ତୁତି ଚଳାଇଥିଲେ । ସୂଚନାଯୋଗ୍ୟ, ତାଙ୍କ ପୁଅ ଅଜୟ ଚୌତାଲା ଓ ଅନ୍ୟ ୫୩ ଜଣଙ୍କ ସହ ସେ ୨୦୧୩ରୁ ୧୦ ବର୍ଷ ପାଇଁ ତିହାର ଜେଲ୍‌ରେ ଅଛନ୍ତି । ତେବେ ୪ ଥରର ମୁଖ୍ୟମନ୍ତ୍ରୀ ଗତ ମାସରେ ନିର୍ଦ୍ଧାରିତ ସମୟର ଦୁଇମାସ ପୂର୍ବରୁ ଜେଲ୍‌ରୁ ଛାଡ଼ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking