29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଚିନ୍ତାରେ ଫେସ୍‌ବୁକ୍‌, ଟ୍ୱିଟର୍ ଓ ୟୁଟ୍ୟୁବ୍‌

ଚିନ୍ତାରେ ଫେସ୍‌ବୁକ୍‌, ଟ୍ୱିଟର୍ ଓ ୟୁଟ୍ୟୁବ୍‌

ୱାଶିଂଟନ: ତାଲିବାନ ସଂଗଠନ ଆଫଗାନିସ୍ତାନକୁ ଅକ୍ତିଆର କରିବାପରେ ଫେସ୍‌ବୁକ୍‌, ଟ୍ୱିଟର୍ ଓ ୟୁଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମଗୁଡିକ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି । ଏହି ପ୍ଲାଟଫର୍ମରେ ତାଲିବାନ ସପକ୍ଷ କିମ୍ବା ବିପକ୍ଷ ବିଷୟବସ୍ତୁକୁ ସ୍ଥାନିତ କରିବାନେଇ ଦ୍ୱନ୍ଦ୍ୱ ଉପୁଜିଛି । ତାଲିବାନ ଏକ ଆତଙ୍କବାଦୀ ସଂଗଠନ ହୋଇଥିବାରୁ ବିଗତ କୋଡିଏ ବର୍ଷ ହେଲା ଏହା ଉପରେ କଟକଣା ଜାରି କରାଯାଇଥିଲା । ବର୍ତ୍ତମାନ ଯଦି ଆନ୍ତର୍ଜାତିକ ସମୁଦାୟ ତାଲିବାନ ସରକାରକୁ ସ୍ୱୀକୃତି ପ୍ରଦାନ କରିବ, ତାହାହେଲେ ସାମାଜିକ ଗଣମାଧ୍ୟମ କିଭଳି ଆଭିମୁଖ୍ୟ ଗ୍ରହଣ କରିବ, ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫେସ୍‌ବୁକ୍ ଓ ୟୁଟ୍ୟୁବ୍ ଇତିମଧ୍ୟରେ ତାଲିବାନକୁ ବାତିଲ କରିଥିବାବେଳେ ଟ୍ୱିଟର ତାହାର ମତ ସ୍ପଷ୍ଟ କରିନାହିଁ । ତେବେ ଆଗାମୀ ଦିନରେ ତାଲିବାନ ସମ୍ପର୍କିତ ସମସ୍ତ ଆକାଉଣ୍ଟକୁ  ରଦ୍ଦ କରାଯିବ ବୋଲି ଟ୍ୱିଟର୍ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking