29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶ୩୦ ବର୍ଷ ହେଲା ପୁରୁଷ ବେଶରେ ରହୁଥିଲେ ମହିଳା

୩୦ ବର୍ଷ ହେଲା ପୁରୁଷ ବେଶରେ ରହୁଥିଲେ ମହିଳା

ତାମିଲନାଡୁ :ମା ସେ ଜନ୍ମଦାତ୍ରୀ । ନିଜ ପିଲାମାନଙ୍କର ଲାଳନ ପାଳନ କରିବା ପାଇଁ ସେ ସବୁ କଷ୍ଟ କୁ ସହିଯାଏ । ପିଲାମାନେ ତା କଷ୍ଟକୁ ବୁଝନ୍ତୁ କି ନ ବୁଝନ୍ତୁ । ମା କିନ୍ତୁ ପିଲାମାନଙ୍କର ମନ କଥା ଜାଣି ନିଏ । ତେବେ ନିଜ ପିଲାମାନଙ୍କୁ ବଡ କରିବା ପାଇଁ ଯେ ଜଣେ ମା କୁ ନିଜକୁ ପରିବର୍ତ୍ତନ କରିବାକୁ ପଡିଲେ ମଧ୍ୟ ମା ଟିଏ ତାହା କରେ । ସେହି ଭଳି ଏକ ଘଟଣା ଘଟିଛି ତାମିଲନାଡୁରେ । ତାମିଲନାଡୁ ଥୁତୁକୁଡି ଜିଲ୍ଲାର ଜଣେ ମହିଳା ନିଜ ଝିଅକୁ ପାଳି ପୋଷି ବଡ କରିବା ପାଇଁ ୩୦ ବର୍ଷ ହେଲା ପୁରୁଷ ବେଶ ରେ ରହୁଛନ୍ତି । ଏପରି ଘଟଣା କୁ ସହଜରେ କେହି ବିଶ୍ୱାସ କରି ପାରୁ ନ ଥିଲେ ମଧ୍ୟ ଘଟଣା ସତ । ୩୦ ବର୍ଷ ତଳେ ଥୁତୁକୁଡି ଜିଲ୍ଲା ଅନ୍ତର୍ଗତ କାଟୁନାୟକ୍କାନପତ୍ତି ଗାଁ ର ୨୦ ବର୍ଷିୟା ପେଚିୟାମଲ୍ଲ ବିବାହର ୧୫ ଦିନ ପରେ ହୃଦଘାତରେ ନିଜ ସ୍ୱାମୀ ଙ୍କୁ ହରାଇଥିଲେ । ଝିଅଟିଏ କୁ ଜନ୍ମ ଦେବା ପରେ ତାଙ୍କର ଲକ୍ଷ ଥିଲା ନିଜ ଝିଅକୁ କିପରି ମଣିଷ କରିବେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ କାମ କଲେ କିନ୍ତୁ ତାଙ୍କୁ ଖରାପ ନଜର ଶିକାର ହେବାକୁ ପଡିଲା । ତେଣୁ ଅନ୍ୟର ଖରାପ ନଜରରୁ ବର୍ତ୍ତିବା ପାଇଁ ସେ ପୁରୁଷ ବେଶଧାରଣ କରିଥିଲେ । ଆଉ ସେ ପେଚିୟାମ୍ମଲ ରୁ ହୋଇଗଲେ ମୁଥୁ । ମୁଥୁ ପୁରୁଷ ବେଶ ଧାରଣ କରିବାରୁ ନିଜର ଚୁଟି କାଟି ଛୋଟ କରିଦେଲେ , ଶାଢି ବଦଳରେ ପୁରୁଷ ଙ୍କ ପରି ଲୁଙ୍ଗି ଓ ଜାମା ପିନ୍ଧିଲେ । ତିନି ଦଶନ୍ଧି ଧରି ମୁଥୁ ଚେନ୍ନାଇ ଓ ଥୁତୁକୁଡି ରେ ବିଭିନ୍ନଚା ଦୋକାନ ଓ ହୋଟେଲ ପ୍ରଭୃତି ରେ କାମ କରି ଗୁଜୁରାଣ ମେଣ୍ଟାଉ ଛନ୍ତି । ସେ ଜଣେ ପେଣ୍ଟର, ଚା ମାଷ୍ଟର ଏବଂ ପରଟା ମାଷ୍ଟର ସହ ବହୁ ପ୍ରକାର କରିଥାନ୍ତି । ନିଜ ଝିଅ ପାଇଁ ପଇସା ସଞ୍ଚୁଥିଲେ । ଝିଅର ବିବାହ ପରେ ତାଙ୍କର ଆଶା ପୂରଣ ହୋଇଛି । କିନ୍ତୁ ଏବେବି ସେ ନିଜର ମୁଥୁ ନାମକୁ ବଦଳାଇବାକୁ ଚାହୁଁ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking