32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସୁନ୍ଦର ଦେଖାଯାଉଥିବା ଏହି ଫଳଗୁଡିକ ଠାରୁ ରୁହନ୍ତୁ ଦୂରେଇ

ସୁନ୍ଦର ଦେଖାଯାଉଥିବା ଏହି ଫଳଗୁଡିକ ଠାରୁ ରୁହନ୍ତୁ ଦୂରେଇ

ନୂଆଦିଲ୍ଲୀ: ସାଧାରଣତଃ ଯେତେବେଳେ ଆମେ ଫଳ ବିଷୟରେ କଥାବାର୍ତ୍ତା କରୁ, ତାହାର ସମ୍ପର୍କ ଆମର ଉତ୍ତମ ସ୍ୱାସ୍ଥ୍ୟ ସହିତ ଜଡିତ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଫଳ ଅଛି, ଯାହାକୁ ଖାଇବା ଜୀବନ ପ୍ରତି ବିପଦ ହୋଇପାରେ? ଦୁନିଆରେ ଏପରି ଅନେକ ଫଳ ଅଛି, ଯାହା ସୁନ୍ଦର ହେବା ସହିତ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ବିପଦପୂର୍ଣ୍ଣ।

ଷ୍ଟାର୍ ଫ୍ରୁଟ୍ :ଷ୍ଟାର୍ ଫ୍ରୁଟ୍ ଏକ ଖଟା- ମିଠା ଫଳ। ଏଥିରେ କ୍ୟାଲୋରୀ କମ୍ ଥାଏ ଏବଂ ଫାଇବର, ଭିଟାମିନ୍ ସି ଭରପୂର ମାତ୍ରାରେ ମିଳିଥାଏ। ଯଦି ଆପଣଙ୍କର କିଡନୀରେ ସମସ୍ୟା ଥାଏ, ତେବେ ଏହି ଫଳ ଖାଇବା ପୂର୍ବରୁ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଷ୍ଟାର୍ ଫ୍ରୁଟ୍‌ରେ ଅଧିକ ପରିମାଣର ଅକ୍ସାଲେଟ୍ ମିଳିଥାଏ, ଯାହା କିଡନୀ ସମସ୍ୟା ଥିବା ଲୋକଙ୍କ ପାଇଁ ବିପଦଜନକ। ଏହାକୁ ଅଧିକ ଖାଇବା ଦ୍ୱାରା କିଡନୀ ଖରାପ, ହୃଦଘାତ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ।

ପିଚ୍ :ଯଦି ଆପଣ ପିଚ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଏଥିରେ ଷାଠିଏରୁ ଅଧିକ କୀଟନାଶକ ମିଳିଛି। ଏହାର ମଞ୍ଜିରେ ଆମିଗଡାଲିନ ନାମକ ଏକ ଯୌଗିକ ରହିଥାଏ। ଯାହା ପେଟ ଭିତରକୁ ଯାଇ ହାଇଡ୍ରୋଜେନ ସିଆନାଇଡରେ ପରିଣତ ହୋଇ ବିଷ ହୋଇଯାଏ।

ପୋକ୍‌ବେରୀ :ଅଙ୍ଗୁର ପରି ଦେଖାଯାଉଥିବା ଏହି କଳା ଏବଂ ବାଇଗଣୀ ରଙ୍ଗର ପୋକ୍‌ବେରୀ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଖାଇବା ପରେ ପେଟରେ ଯନ୍ତ୍ରଣା, ବାନ୍ତି, ଏବଂ ରକ୍ତସ୍ରାବ ହୋଇପାରେ। ଏହାର ମଞ୍ଜି ମଧ୍ୟ ଅତ୍ୟଧିକ ବିଷାକ୍ତ ଏବଂ ଆପଣଙ୍କ ସ୍ନାୟୁ ପ୍ରଣାଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ସି ବକଥର୍ନ ବେରୀଜ୍ :ଏହି କମଳା ରଙ୍ଗର ସି ବକଥର୍ନ ବେରୀଜ୍ ଦେଖିବାକୁ ଯେତିକି ଆକର୍ଷଣୀୟ, ସେତିକି ବିଷାକ୍ତ। ଏହି ବେରୀ ଆମେରିକା, କାନାଡା, ପୂର୍ବ ଏସିଆର ଅନେକ ଦେଶରେ ମିଳିଥାଏ। ଯଦି କେହି ଅଜାଣତରେ ବିଷାକ୍ତ ଉପାଦାନରେ ଭରପୂର ଏହି ବେରୀ ଖାଏ, ତେବେ ସ୍ନାୟୁ ପ୍ରଣାଳୀରେ ପ୍ରଦାହ ଏବଂ ଅନେକ ଗମ୍ଭୀର ସମସ୍ୟା ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking