30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ୫ ଜୀବନ

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ୫ ଜୀବନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗାଜିୟାବାଦ ଜିଲ୍ଲାରେ ଏକ ବଡ ଧରଣର ଅଘଟଣ ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୩ଜଣ ଶିଶୁ ରହିଛନ୍ତି ବୋଲି ଜଣାପଡିଛି । ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗାଜିୟାବାଦର ସିହାନୀ ଗେଟର ରାକେଶ ମାର୍ଗ ନିକଟରେ ୬ ଜଣ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଆଜି ସକାଳ ୧୦ଟା ସମୟର ଏହି ଘଟଣା ଘଟିଛି । ରାକେଶ ମାର୍ଗ ନିକଟରେ ଥିବା ଏକ ଦୋକାନରେ ବଲବ ତାର ସହ ରହିଥିବା ବେଳେ ଏହା ଦୋକାନର ଟିଣରେ ରହିଥିଲା । ମାତ୍ର ବର୍ଷା ହୋଇଥିବା କାରଣରୁ ଏହି ତାର ଦେଇ ବିଦ୍ୟୁତ ପ୍ରବାହିତ ହୋଇଥିଲା ବୋଲି କୁହାଯାଉଛି । ଫଳରେ ଦୋକାନକୁ ଜିନିଷ ପାଇଁ ଯାଇଥିବା ୨ ଶିଶୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କୁ ରକ୍ଷା କରିବାକୁ ପ୍ରୟାସ କରିବା ସମୟରେ ଅନ୍ୟମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେହି ସମୟ ବେଳକୁ ବିଦ୍ୟୁତ ସରବାରହ ବନ୍ଦ କରାଗଲେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ହସ୍ପିଟାଲରେ ଆଖି ବୁଜିଥିଲେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking