29.1 C
Bhubaneswar
Saturday, April 27, 2024
Homeଓଡିଶାକାର୍ତ୍ତିକ ମାସର ପ୍ରଥମ ସୋମବାର; ଶୈବ ପିଠ ଖାଁ ଖାଁ

କାର୍ତ୍ତିକ ମାସର ପ୍ରଥମ ସୋମବାର; ଶୈବ ପିଠ ଖାଁ ଖାଁ

ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ପବିତ୍ର ମାସ କାର୍ତ୍ତିକ । ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ବିଶ୍ୱାସ ରହିଛି କି ଆଜିର ଦିନରେ ଦେବଙ୍କର ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ସେଥିପାଇଁ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରମୁଖ ଶୈବପୀଠ ବାରଣ କରାଯାଇଛି । ସେହିପରି କାର୍ତ୍ତିକ ମାସର ପ୍ରଥମ ସୋମବାରେ ଖାଁ ଖାଁ ଧବଳେଶ୍ୱର ପୀଠ ।

କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ କଟକ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି । ଭକ୍ତଙ୍କୁ ଦର୍ଶନ ନିମନ୍ତେ ବାରଣ କରାଯାଇଛି । ବିନା ଭକ୍ତରେ ଧବଳେଶ୍ୱର ବାବାଙ୍କ ନୀତିକାନ୍ତି କରାଯାଇଛି । ଆଜି ରାତି ୧୦ଟା ଯାଏଁ ମନ୍ଦିର ପରିସରରେ ୧୪୪ ଧାରା ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking