29.1 C
Bhubaneswar
Friday, May 3, 2024
Homeଅପରାଧପ୍ରଥମେ ନାବାଳିକାକୁ ଦୁଷ୍କର୍ମ ଆଉ ତାପରେ....

ପ୍ରଥମେ ନାବାଳିକାକୁ ଦୁଷ୍କର୍ମ ଆଉ ତାପରେ….

କୋଲକାତା: ପଶ୍ଚିମବଙ୍ଗରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ରାଜ୍ୟର କାଳିଆଗଞ୍ଜ ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୀଡିତାଙ୍କ ମୃତଦେହ ମିଳିବା ପରେ ପୋଲିସ ମରଶରୀରକୁ ରାସ୍ତାରେ ଟାଣି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ହିଂସା ଉପୁଜିଛି ।

ପୀଡିତାଙ୍କୁ ନ୍ୟାୟ ଦାବିରେ ଲୋକମାନେ ଆନ୍ଦୋଳନ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତାରୋକ କରିବା ସହ ପୋଲିସ ଉପରେ ପଥରମାଡ କରିଛନ୍ତି । ପୋଲିସ ମଧ୍ୟ ସେମାନଙ୍କୁ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।

ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଗଙ୍ଗୁଆ ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ନାବାଳିକା ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ ପାଇଁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ । ପରିବାର ଓ ଗାଁ ଲୋକେ ରାତି ସାରା ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଏହାର ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ଏକ ସ୍ଥାନରେ ନାବାଳିକାଙ୍କ ମୃତଦେହ ପଡିଥିବାର କିଛି ଲୋକେ ଦେଖିବାକୁ ପାଇଥିଲେ ।

ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଅଭିଯୋଗ ହୋଇଥିଲା । ଏହାପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ କିଛି ପୋଲିସ କର୍ମୀ ପୀଡିତାଙ୍କ ମୃତଦେହରୁ ରାସ୍ତାରେ ଟାଣି ନେଉଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ କାଳିଆଗଞ୍ଜରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking