37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକାର୍ତ୍ତାସକାଳୁ ସକାଳୁ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ୧ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର(ଇଏମଏସସି) ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ତେବେ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ପ୍ରଥମେ ୬.୧ ତୀବ୍ରତାର ଏକ ଭୂକମ୍ପ ସଂଗଠିତ ହୋଇଥିବା ବେଳେ ଏହା ପରେ ପୁଣି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇଣ୍ଡୋନେସିଆର ବାତୁରେ ଆଜି ସକାଳୁ ସକାଳୁ ଏହି ଭୂକମ୍ପ ଅନୁଭୂତ ହୋଇଛି । ଗୋଟିଏ ଘଣ୍ଟା ମଧ୍ୟରେ ହିଁ ବାତୁଲରେ ଏହି ଦୁଇ ଥର ଭୂକମ୍ପ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking