30.1 C
Bhubaneswar
Friday, April 26, 2024
Homeଓଡିଶାସୁସ୍ଥ ହୋଇ ଘରକୁ ଫେରିଲେ ଫିରୋଜ

ସୁସ୍ଥ ହୋଇ ଘରକୁ ଫେରିଲେ ଫିରୋଜ

କଟକ: ଗତମାସ ୩ ତାରିଖରେ ନୂଆ ଜୀବନ ପାଇଥିଲେ ଫିରୋଜ । କଟକ ବଡ଼ ମେଡିକାଲରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଥିଲା । ରାଜ୍ୟର ପ୍ରଥମ କାଡାଭରିକ କିଡନୀ ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରୀୟାରେ ଜୀବନ୍ୟାସ ପାଇଥିଲେ ଫିରୋଜ । ବ୍ରେନଡେଡ ଘୋଷିତ ଶ୍ରୀମତୀ ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରୁ ଗୋଟିଏ କିଡନୀ ଅଣାଯାଇ ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ସେହିଦିନ ରାତିରେ ଏ ସମସ୍ତ କାର୍ଯ୍ୟ କରାଯାଇଥିଲା । ଅସ୍ତ୍ରୋପଚାରର ୩ ସପ୍ତାହ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗତକାଲି ସେ ନିଜ ଘରକୁ ଫେରିଯାଇଛନ୍ତି । କୋହଭରା କଣ୍ଠରେ ସେ କୃତଜ୍ଞତା ଭରା ପ୍ରତିକ୍ରିୟା ରଖି କହିଛନ୍ତି, “ମୋ ପାଇଁ ଏ ସବୁକିଛି କଳ୍ପନାର ବାହାରେ ଥିଲା । ମୁଁ ଯେ ଆଉ ବଂଚିବି ସେ ଆଶା ନ ଥିଲା । ସରକାରଙ୍କୁ ଧନ୍ୟବାଦ ଏସବୁ ବ୍ୟବସ୍ଥା ପାଇଁ । ଏସବୁ କ୍ଷେତ୍ରରେ ଡାକ୍ତରଙ୍କ ନିକଟକରେ ମୁଁ ଚିର ଋଣୀ ।
ଏସିସିବିରୁ ବିଦାୟ ନେବା ବେଳେ ଫିରୋଜ କେବଳ କୃତଜ୍ଞତାର ଲୁହ ଢାଳିନଥିଲେ ତାଙ୍କ ବାପା ମା ମଧ୍ୟ ଖୁସିରେ କାନ୍ଦି ପକାଇଥିଲେ । ସରକାରୀ ଡାକ୍ତରଖାନାରେ ବିନା ଖର୍ଚ୍ଚରେ ନୂଆ ଜୀବନ ପାଇ ପୁଅ ତାଙ୍କ ଘରକୁ ଆଜି ଫେରିଛି । ସରକାରଙ୍କୁ ଏବଂ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ଫିରୋଜଙ୍କ ବାପା ଲୋକେଶ୍ୱର ସାହୁ, ମା’ ମିଥିଳା ସାହୁ ।
ଦୁଇଟିଯାକ କିଡନୀ ଅକାମୀ ହୋଇଯିବା ପରେ ଦୀର୍ଘ ୩ ବର୍ଷ ହେଲା ଜୀବନ ମୃତ୍ୟୁର ଦୋଛକିରେ ଠିଆ ହୋଇଥିଲେ ଫିରୋଜ । ଭୁବନେଶ୍ୱରରେ ଚାକିରି ଆଶାରେ କୋଚିଂ ନେଉଥିବା ବେଳେ ହିଁ ସେ ପୀଡ଼ିତ ହୋଇଥିଲେ ଏହି ଜଟିଳ ରୋଗରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking