38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୬ଜଣ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ

୬ଜଣ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ୬ ଜଣ ବିଚାରପତିଙ୍କୁ ଏକାସଙ୍ଗରେ ସ୍ୱାଇନ ଫ୍ଲୁ ରେ ଆକ୍ରାନ୍ତ ହୋଇଛନ୍ତି । ଏଥିଯୋଗୁ ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି । ଏବେ ସୁପ୍ରିମ୍ କୋର୍ଟ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମ୍ କୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଆଜି ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡ଼େଙ୍କୁ ସାକ୍ଷାତ କରି ସୁପ୍ରିମ୍ କୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ସ୍ୱାଇନ୍ ଫ୍ଳୁ ର ପ୍ରତିଷେଧକ ଟୀକା ଦେବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାବରୀମାଲା ମାମଲାର ଶୁଣାଣି କରୁଥିବା ୯ ଜଣିଆ ଖଣ୍ଡପୀଠରେ ଥିବା ଦୁଇ ଜଣ ବିଚାରପତି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ।
ଏବେ ସେହି ଭାଇରସ ଯେମିତି ଅନ୍ୟମାନଙ୍କୁ ନ ବ୍ୟାପିବ ସେଥିପାଇଁ ଆକ୍ରାନ୍ତ ହୋଇଥିବା ୬ ଜଣ ବିଚାରପତି ଘରେ ରହିଛନ୍ତି । ବୈଠକରେ ଜଷ୍ଟିସ୍ ବୋବଡେ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏଥିସହ ଆଇନଜୀବୀ ମାନଙ୍କୁ ଯେମିତି ଏହି ଭାଇରସ ସଂକ୍ରମିତ ନ କରିବ, ସେଥିପାଇଁ ବାର ଆସୋସିଏନ୍ ସମସ୍ତ ପ୍ରକାରର ବ୍ୟବସ୍ଥା ଆପଣାଇବା ଦରକାର ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ।
ଆଜି କୋର୍ଟ କାର୍ଯ୍ୟ ବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନା ମାସ୍କ ଲାଗଇ କାମ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଛନ୍ତି, “ଏହି ସମସ୍ୟାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ବାର ଆସୋସିଏସନ୍ ସଭାପତିଙ୍କ ସହ ବୈଠକ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking