34.1 C
Bhubaneswar
Saturday, April 27, 2024
Homeଖେଳଲାଭେର୍ କପ୍ ପାଇଁ ପହଞ୍ଚିଲେ ଫେଡେରର୍

ଲାଭେର୍ କପ୍ ପାଇଁ ପହଞ୍ଚିଲେ ଫେଡେରର୍

ଲଣ୍ଡନ: ଆସନ୍ତା ୨୩ରୁ ଏଠାରେ ଲାଭେର୍ କପ୍ ଖେଳାଯିବାକୁ ଥିବା ବେଳେ ଏଥିରେ ଭାଗ ନେବା ସକାଶେ ରବିବାର ପହଞ୍ଚିଛନ୍ତି ସ୍ୱିସ୍ ତାରକା ରୋଜର୍ ଫେଡେରର୍ । ଜଣେ ପେସାଦାର ଖେଳାଳି ଭାବେ ଏହା ତାଙ୍କ କ୍ୟାରିୟର୍‌ର ଅନ୍ତିମ ଏଟିପି ଟୁର୍ଣ୍ଣାମେଣ୍ଟ୍ ହେବ । କାରଣ ଗତ ଗୁରୁବାର ଏହି ଟେନିସ୍ କିମ୍ବଦନ୍ତୀ ଜଣକ ପେସାଦାର ଟେନିସ୍‌ରୁ ଅବସର ଘୋଷଣା କରିଛନ୍ତି । କ୍ରମାଗତ ଆହତ କାରଣରୁ ଫେଡେରର୍ ଅବସର ନେବା ସକାଶେ ନିଷ୍ପତ୍ତି ନେଇଥିଲେ । ଆଗାମୀ ଲାଭେର୍ କପ୍‌ରେ ସେ ରାଫେଲ୍ ନାଡାଲ୍‌, ନୋଭାକ୍ ଜୋକୋଭିଚ୍ ଓ ଆଣ୍ଡି ମରେଙ୍କ ସହ ବିଶ୍ୱର ନୂଆ ଏକ ନମ୍ବର ଖେଳାଳି କ୍ୟାସପର୍ ରୁଡ୍ ଓ ଷ୍ଟେଫାନୋସ୍ ସିଟ୍‌ସିପାସ୍‌ଙ୍କ ସହ ଦେଖାଯିବେ । ପେସାଦାର ଟେନିସ୍ ଖେଳାଳି ଭାବେ ଫେଡେରର୍ ୧୦୩ଟି ଏଟିପି ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି ।

ସେହିପରି ଚମକପ୍ରଦ କ୍ୟାରିୟର୍‌ରେ ସେ ୧୨୫୧ଟି ମ୍ୟାଚ୍ ଜିତିପାରିଛନ୍ତି । ସେ ୨୦ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାତେଇଥିବା ବେଳେ ସେଥିରେ ୱିମ୍ବଲଡନ୍‌ରେ ରେକର୍ଡ ୮ଟି ଟାଇଟଲ୍ ସାମିଲ୍ ରହିଛି । ଆଗାମୀ ଲାଭେର୍ କପ୍‌ରେ ଫେଡେରର୍ ଟିମ୍ ୟୁରୋପରେ ସାମିଲ୍ ଥିବା ବେଳେ ତାଙ୍କ ଦଳ ଟିମ୍ ୱାର୍ଲ୍ଡ ବିପକ୍ଷରେ ଲଢ଼େଇ କରିବ । ଉକ୍ତ ଦଳର ଅଧିନାୟକ ଜନ୍ ମ୍ୟାକେନ୍‌ରୋ ରହିଥିବା ବେଳେ ଏଥିରେ ଡିଏଗୋ ସ୍କ୍ୱାର୍ଜମାନ୍‌, ଆଲେକ୍ସ ଡି ମିନୌର୍‌, ଫ୍ରାନ୍ସେସ୍ ଟିଆଫୋ, ଜ୍ୟାକ୍ ସୋକ୍‌, ଫେଲିକ୍ସ ଆଗର୍‌-ଆଲିଆସିମ୍ ଓ ଟେଲର୍ ଫ୍ରିଜ୍‌ଙ୍କ ପରି ଖେଳାଳି ରହିଛନ୍ତି । ଏହାଛଡ଼ା ଦଳରେ ବଦଳ ଖେଳାଳି ଭାବେ ଟମି ପଲ୍ ମଧ୍ୟ ସ୍ଥାନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking